ଅଧାରାସ୍ତାରେ ଓଲଟିଲା ଅଟୋ : ଜଣେ ମୃତ, ପାଞ୍ଚ ଗୁରୁତର
17/12/2022 at 10:22 AM

ଭଦ୍ରକ ୧୭।୧୨: ମହୋତ୍ସବ ଦେଖି ଫେରିବା ବେଳେ ଓଲଟିଲା ଅଟୋ। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଗୁରୁତର ହୋଇଛନ୍ତି । ସିମୁଳିଆ ଥାନା ଅଧିନ ବାଲିଖଣ୍ଡ ନିକଟ ରେ ଦୁର୍ଘଟଣା ହୋଇଥିବା ବେଳେ ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ବାସୁଦେବପୁର ଅଞ୍ଚଳର କିଛି ଲୋକ ମଇତାପୁର ମହୋତ୍ସବ ଦେଖିବା ପାଇଁ ଅଟୋ ଯୋଗେ ଯାଇଥିଲେ । ମହୋତ୍ସବ ଦେଖି ଫେରିବା ବେଳେ ଅଟୋଟି ବାଲିଖଣ୍ଡ ନିକଟରେ ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣା ପରେ ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଜଣେ ମହିଳାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିବା ବେଳେ ବାକି ୫ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
Related Posts
ଏୟାରଲିଫ୍ଟ ହେଲେ ନବ ଦାସ, ଛାତିରେ ବାଜିଛି ଗୁଳି
29 January 2023
ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼, ଛାତିରେ ବାଜିଛି ଗୁଳି
29 January 2023