କନିଆଁ ନେଇ ଫେରୁଥିଲା ବର, ଅଧାରାସ୍ତାରେ ଟ୍ରକ ସହ ହେଲା ମୁହାଁମୁହାଁ ଧକ୍କା, ଆଉ ତାପରେ…

Published By : Prameya-News7 Bureau | December 30, 2021 IST

ଧର୍ମଗଡ ୩୦।୧୨: ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଲେ ବର କନିଆଁ । ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ନିକଟରେ ଘଟିଛି ଏହି ଦୁର୍ଘଟଣା ।

{"id":566843,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ମଇଦଲପୁରରୁ  ବାହାଘର ସାରି  ନିଜ ଗାଁ ଛତିଶଗଡ଼ ଦେଭୋଗ ଥାନା ସର୍ଗିଗୁଡାକୁ ବର କନିଆଁ ନେଇ ଫେରୁଥିଲେ । ଠିକ ଏହି ସମୟରେ ଏକ ବୋଲେରୋ ଗାଡିକୁ ଆମପାଣି ଥାନା ଭୁର୍ଷାଗୁଡା ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ବୋଲେରୋରେ ଥିବା ବର କନିଆଁ ସମେତ ୬ ଜଣ ଗୁରୁତର ହୋଇଥିବା ବେଳେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟ ହୋଇଥିବା ଜଣାପଡିଛି।

{"id":566844,"sizeSlug":"full","linkDestination":"none"}

ସେହିପରି ଦୁର୍ଘଟଣାସ୍ଥଳରୁ ଗୁରୁତରଙ୍କୁ  ଉଦ୍ଧାର କରି ଧର୍ମଗଡ଼ ହସ୍ପିଟାଲରେ  ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାରେ ଆଖିବୁଜିଥିବା ଡ୍ରାଇଭର, ଛତିଶଗଡ଼ ଉର୍ମାଲ ଗାଁର ରୁକ୍ମଣ ସାହୁ ବୋଲି ଜଣାପଡିଛି।  ଆମପାଣି ପୋଲିସ ଘଟଣାସ୍ଥଳରେ  ପହଞ୍ଚି ତଦନ୍ତ ଆରମ୍ଭ କରିଛି।

{"id":566845,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.