ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍, ଷ୍ଟେରିଙ୍ଗ ଫେଲ୍ ହେବାରୁ ମାଇଲଷ୍ଟୋନକୁ ଦେଲା ଧକ୍କା

Published By : Prameya-News7 Bureau | December 24, 2022 IST

ଉଦଳା ୨୪/୧୨: ସିମେଣ୍ଟ ବୋଝେଇ କରି ବାଲେଶ୍ୱର ରୁ ଉଦଳା ଆସୁଥିଲେ । ହେଲେ ବିଳମ୍ବିତ ରାତିରେ ଗାଡିର ଷ୍ଟେରିଙ୍ଗ ଫେଲ୍ ହୋଇଗଲା । ଏହା ପରେ ଗାଡିଟି ରାସ୍ତାପାର୍ଶ୍ଵରେ ଥିବା ମାଇଲଷ୍ଟୋନ୍‌କୁ ଧକ୍କା ଦେଇ ଓଲଟି ପଡିଲା । ଏଭଳି ଘଟଣା ଘଟିଛି ଉଦଳା-କପ୍ତିପଦା ରାଜ୍ୟ ରାଜପଥର ଜାରଡା ଛକ ନିକଟରେ ।

ଗତକାଲି ବାଲେଶ୍ୱର ଜିଲ୍ଲାରୁ ଏକ ଟ୍ରକ୍ ସିମେଣ୍ଟ ବୋଝେଇ କରି ଉଦଳା ପ୍ରମିଳା ଏଣ୍ଟରପ୍ରାଇଜେସକୁ ସିମେଣ୍ଟ ନେଇ ଆସୁଥିଲା । ହେଲେ ବିଳମ୍ବିତ ରାତିରେ କପ୍ତିପଦା ଥାନା ଜାରଡା ଛକ ନିକଟରେ ହଠାତ ଟ୍ରକର ଷ୍ଟେରିଙ୍ଗ ଫେଲ ହୋଇଥିଲା । ଯାହା ଫଳରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ମାଇଲ ଷ୍ଟୋନକୁ ବାଡେଇ ରାସ୍ତା ପାର୍ଶ୍ଵ ଖାଲକୁ ଟ୍ରକଟି ଓଲଟି ପଡିଥିଲା ।

ଟ୍ରକ୍ ଭିତରେ ଡ୍ରାଇଭର ରହି ଯାଇଥିବା ବେଳେ ରାସ୍ତାରେ ଯାଉଥିବା ଲୋକେ ଡ୍ରାଇଭରକୁ ଟ୍ରକ୍ ଭିତରୁ ଉଦ୍ଧାର କରିଥିଲେ । ତେବେ ଏହି ଦୁର୍ଘଟଣାରେ ଟ୍ରକର ଆଗ ୨ଛକ ଭାଙ୍ଗି ବାହାରି ଯାଇଥିବା ବେଳେ ସିମେଣ୍ଟ ଗୁଡିକ ରାସ୍ତା ପାର୍ଶ୍ଵରେ ପଡି ରହିଛି । ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.