ଡିଭାଇଡରରେ ପିଟି ହୋଇ ଓଲଟି ପଡିଲା ପିକ୍ ଅପ୍ ଭ୍ୟାନ୍ : ଜଣେ ମୃତ, ଡ୍ରାଇଭର ଫେରାର

Published By : Prameya-News7 Bureau | December 12, 2020 IST

ଅନୁଗୋଳ, ୧୨|୧୨: ଅନୁଗୋଳ ଜିଲ୍ଲା  ପାଲଲହାଡ ବ୍ଲକ ଖମାର ନୋ ଏଣ୍ଟ୍ରି ଛକ ନିକଟରେ ଡିଭାଇଡରରେ ଏକ ପିକପ ଭ୍ୟାନ୍ ଭାରସାମ୍ୟ ହରାଇ ଚଢି ଯିବାରୁ ରାସ୍ତାକଡ଼ରେ ଓଲଟି ପଡିଛି। ଏଥିରେ ଗାଡି ଭିତରେ ଥିବା ଶରତ ବେହେରା(୩୦) ମୃତ୍ୟୁବରଣ କରିଛନ୍ତି ।

ଭ୍ୟାନଟି ଶରତଙ୍କ ଉପରେ ଚାପି ହୋଇଯିବାରୁ ଘଟଣା ସ୍ଥଳରେ ଶରତ ବେହେରାଙ୍କର ମୃତ୍ୟୁ ଘଟିଥିଲା। ମୃତ ଶରତ ବେହେରାଙ୍କ ଘର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବାହାଲୁଣ୍ଡା ଗ୍ରାମର ବୋଲି ଜଣାପଡିଛି। ଆହତ ଅନ୍ୟ ଯୁବକ ନାଳୁ ବେହେରାଙ୍କ ଘର ସେହି ଗ୍ରାମର ବୋଲି ସୂଚନା ମିଳିଛି।ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି।

ଘଟଣାରୁ ଜଣାପଡିଛି ଯେ, ଶୁକ୍ରବାର ରାତିରେ ହିନ୍ଦୋଳ ବାହାଲୁଣ୍ଡା ଗ୍ରାମରୁ ବିବାହ ଜିନିଷପତ୍ର ନେଇ ଭ୍ୟାନ୍‌ଟି ଖମାର ଥାନା ଶଙ୍ଖମୁର ଗ୍ରାମକୁ ଆସିଥିଲଲା। ବର ଘରେ ଜିନିଷପତ୍ର ଛାଡି ଫେରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଥିବା ଗାଡିରେ ଥିବା ଆହତ ବ୍ୟକ୍ତି ପ୍ରକାଶ କରିଥିଲେ। ଦୁର୍ଘଟଣା ହୋଇଥିବା ଗାଡି ଏବଂ ମୃତଦେହକୁ ଜବତ କରି ଖମାର ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.