ମର୍ଣ୍ଣିଂ ଓ୍ୱାକ୍ ବେଳେ ଧକ୍କା ଦେଲା ଅଜଣା ଗାଡି, ୨ ମହିଳା ମୃତ

Published By : Prameya-News7 Bureau | October 14, 2021 IST

ନୟାଗଡ, ୧୪|୧୦: ଅଜଣା ଗାଡି ଧକ୍କାରେ ଦୁଇ ମହିଳା ମୃତ । ଜଣେ ଗୁରୁତର । ନୟାଗଡ ଜିଲ୍ଲା ନୂଆଗାଁ ଥାନା ସଂପଡାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।

ମୃତକ ଦୁଇଜଣ ହେଲେ ସଂପଡା ଗାଁର ମାନସି ମାର୍ଥା ଏବଂ ଟିକିନା ପ୍ରଧାନ । ଗୁରୁତର ସୁରଳ ପରିଡାଙ୍କୁ ନୟାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧା -ବଲାଙ୍ଗୀର ଜାତୀୟ ରାଜପଥର ସଂପଡା ନିକଟରେ ଏମାନେ ସମସ୍ତେ ମର୍ଣ୍ଣି ଓ୍ୱାକରେ ଯାଉଥିବା ବେଳେ କୌଣସି ଏକ ଅଜଣା ଗାଡି ଏମାନଙ୍କୁ ଧକ୍କା ଦେଇ ଚାଲିଯାଇଥିବା ଜଣାପଡିଛି । ଭୋରରୁ ଏହି ଦୁର୍ଘଟଣା ଘଟିଛି ।

ମୃତାହତମାନଙ୍କୁ ସ୍ଥାନୀୟ ଲୋକମାନେ ନୟାଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ଜଣାପଡିବା ପରେ ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଉତ୍ତେଜନା ମଧ୍ୟ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.