ଏକ୍ସପ୍ରେସ୍ ଓ୍ୱେରେ ସିରିଜ୍ ଦୁର୍ଘଟଣା : ପରସ୍ପରକୁ ଧକ୍କା ଦେଲେ କାର୍-ଅଟୋ-ଟ୍ରଲର, ୫ ମୃତ

Published By : Prameya-News7 Bureau | February 16, 2021 IST

ମୁମ୍ବାଇ, ୧୬|୦୨ :  ମହାରାଷ୍ଟ୍ରର ରାୟଗଡରେ ସୋମବାର ବିଳମ୍ବିତ ରାତ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ଓ୍ୱେରେ ଅଟୋ, କାର୍ ଓ ଏକ ଟ୍ରଲର ମଧ୍ୟରେ ସିରିଜ୍ ଦୁର୍ଘଟଣା ହେବାରୁ ୫ଜଣ ପ୍ରାଣ ହରାଇଛନ୍ତି ।

ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ପୁଣେରୁ ମୁମ୍ବାଇ ଅଭିମୁଖେ ଯାଉଥିବା ବେଳେ ଫୁଡମାଲ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ପୋଲିସର କହିବାନୁସାରେ, ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ ଅଷ୍ଟବିନାୟକ ଓ ଅନ୍ୟ ୨ ଜଣଙ୍କୁ ବାସୀର ମନପା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟଜଣେ ଆହତଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତିf କରାଯାଇଛି । ଏହା ସହ ସମସ୍ତ ମୃତଦେହକୁ ଖାପୋଲୀ ହସ୍ପିଟାଲରେ ରଖାଯାଇଛି ।

ତେବେ କିପରି ଏତେ ବଡ ସିରିଜ୍ ଦୁର୍ଘଟଣା ହେଲା ତାହାର କାରଣ ସ୍ପଷ୍ଟ ହୋଇପାରି ନାହିଁ । ଭାରସାମ୍ୟ ହରାଇ ପରସ୍ପର ସହ ଗାଡି ଗୁଡିକ ଧକ୍କା ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.