ଧକ୍କା ଦେଲା ହାଇଓ୍ୱା, ନାବାଳକ ମୃତ

Published By : Prameya-News7 Bureau | July 02, 2021 IST

ଚୌଦ୍ୱାର,୦୨/୦୭ :  କଟକ ଜିଲ୍ଲା ଚୌଦ୍ବାର ଥାନା ଅନ୍ତର୍ଗତ ଇନ୍ଦ୍ରାଣୀପାଟଣା ପାହାଡ଼ ପରିସରରେ ଦୁର୍ଘଟଣା । ଏକ ହାଇୱା ଧକ୍କାରେ  ଜଣେ ନାବାଳକର  ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ଅନ୍ୟ ଜଣେ ଆହତ ମଧ୍ୟ ହୋଇଛନ୍ତି ।

ସୂଚନାନୁସାରେ,  ଶୁକ୍ରବାର ଇନ୍ଦ୍ରାଣୀପାଟଣା ପାହାଡ ପରିସରରେ ଏକ ହାଇଓ୍ୱା ୨ ଜଣଙ୍କୁ ଧକ୍କା ଦେଇଥିଲା । ଏଥିରେ ଜଣେ ନାବାଳକର ମୃତ୍ୟୁ ଘଟିଛି । ଏହାସହ ଅନ୍ୟ ଜଣେ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ଆହତ ବ୍ୟକ୍ତିଙ୍କୁ ଚୌଦ୍ବାର ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ମେଡିକାଲକୁ ପଠାଇଛି । ଏହାସହ ହାଇୱାକୁ ଜବତ କରି ତଦନ୍ତ ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.