vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ସିରିଜ୍‌ ଦୁର୍ଘଟଣା : ଟ୍ରକକୁ ଧକ୍କା ଦେଇ ଘର ବାରଣ୍ଡାରେ ଚଢିଗଲା ଟ୍ରକ, ହେଲ୍‌ପର୍ ଗୁରୁତର

12/09/2021 at 9:06 AM

ବ୍ରହ୍ମପୁର, ୧୨।୦୯: ସିରିଜ ଦୁର୍ଘଟଣା। ପ୍ରଥମେ ଅଟୋ ଧକ୍କା ଦେଲେ ଟ୍ରକ, ତାପରେ  ଘର ବାରଣ୍ଡାକୁ ଉପରକୁ ମାଡ଼ି ଗଲା ଟ୍ରକ ।ଦୁର୍ଘଟଣାରେ ଟ୍ରକ ହେଲ୍‌ପରଙ୍କ ଗୋଡ଼ କଟିଯାଇଥିବା ସୂଚନା । ଗୁରୁତର ଅବସ୍ଥାରେ ହେଲ୍‌ପରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି  ବ୍ରହ୍ମପୁର ସଦର ଥାନା କୁକୁଡ଼ାଖଣ୍ଡି ବ୍ଲକ ଲାଞ୍ଜିଆ ଗାଁରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, ଶନିବାର ରାତିରେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ବ୍ଲକ ଲାଞ୍ଜିଆ ଗ୍ରାମର ଗୋପାଳ ସମାଜ ସଭା ଗୃହ ସମ୍ମୁଖରେ ଦୁର୍ଘଟଣା । ଏକ ଟ୍ରକ ଟି ଦ୍ରୁତ ଗତିରେ ବ୍ରହ୍ମପୁର ରୁ ଦିଗପହଣ୍ଡି ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଲାଞ୍ଜିଆ ନିକଟରେ ରାସ୍ତା ପାର୍ଶ୍ଵରେ ଥିବା ଏକ ଟ୍ରକକୁ ଧକ୍କା  ଦେଇଥିଲେ । ଏହାପରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଘରର ବାରଣ୍ଡା ଉପରକୁ ମାଡ଼ି ଯାଇଥିଲା । ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ । ସେପଟେ ଦୁର୍ଘଟଣାରେ ଟ୍ରକ ହେଲ୍ପର ଗୋଟିଏ ଗୋଡ଼ କଟି ଯାଇଥିବା ସୂଚନା । ଗୁରୁତର ହେଲ୍ପର ଯୁବକ ଜଣଙ୍କୁ ବଡ଼ ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛି ।ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ବ୍ରହ୍ମପୁର -ଦିଗପହଣ୍ଡି ରାସ୍ତା ରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।

   Related Posts