ଝିଙ୍କିରିଆରେ ବାଇକ-ବାଇକ ମଧ୍ୟରେ ଧକ୍କା : ୨ମୃତ, ୪ଗୁରୁତର

Published By : Prameya-News7 Bureau | March 05, 2020 IST

ମୋରଡ଼ା ୦୫।୦୩ : ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଝିଙ୍କିରିଆ ନିକଟରେ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁଥିବା ଜଣାପଡିଛି । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଚିକିତ୍ସାଲାଗି ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଝିଙ୍କିରିଆ ନିକଟରେ ଏକ ମେଳା ହେଉଛି । ମେଳ ଦେଖିବାକୁ ଯାଉଥିବା ବେଳେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଛି । ବାଇକ ଦୁଇଟି ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଏବଂ ଉଭୟ ବାଇକରେ ଥିବା ଅନ୍ୟ ଚାରିଜଣ ଗୁରୁତର ଥିବା ଜଣାପଡିଛି । ତେବେ ଗୁରୁତର ଥିବା ବ୍ୟକ୍ତିଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୁଇଟି ଗାଡିରେ ଯାଉଥିବା ବ୍ୟକ୍ତି ନିକଟସ୍ଥ ଚକୁଳିଆ ଓ ଚିତ୍ରଡା ଗାଁର ବୋଲି ସୂଚନା ରହିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କ ପରିଚୟ ହସ୍ତଗତ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.