ଢେଙ୍କିକୋଟରେ ମର୍ମନ୍ତୁଦ ଦୁର୍ଘଟଣା: ହାଇଓ୍ୱାକୁ ପିଟିଲା ବାଇକ, ପୋଲିସ କର୍ମଚାରୀ ମୃତ

Published By : Prameya-News7 Bureau | December 15, 2022 IST

ଘଟଗାଁ ୧୫/୧୨: ହାଇଓ୍ୱା ପଛରେ ଧକ୍କା ଦେଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ଗୋଦାବରୀ ଢାବା ନିକଟରେ ଗତକାଲି ରାତିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଏକ ହାଇଓ୍ୱା ପଛରେ ଧକ୍କା ଦେବାରୁ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।

ମୃତ ପୋଲିସ କର୍ମଚାରୀ ଜଣଙ୍କ ପାଟଣା ଥାନା ଭାଲିଆଡାଳ ଗ୍ରାମର ଅନିଲ କୁମାର ଦାସ ବୋଲି ଜଣାପଡିଛି । ସେ ଘଟଗାଁରୁ ନିଜ ଗ୍ରାମକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.