ଅଧା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

Published By : Prameya-News7 Bureau | November 07, 2022 IST

ସୋରୋ ୦୭/୧୧: ଅଧା ରହିଲା ଜଗନ୍ନାଥ ଦର୍ଶନ । ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀଙ୍କ ଚାଲିଗଲା ଜୀବନ । ଦୁଇ ପରିବାର ପଶ୍ଚିମବଙ୍ଗ ହୁଗୁଳିରୁ ଦୁଇଟି ସ୍କର୍ପିଓରେ ପୁରୀ ଅଭିମୁଖେ ଯାଉଥିଲେ ।

ତେବେ ୧୬ ନଂ ଜାତୀୟ ରାଜପଥ ଜାମୁଝାଡ଼ି ତାରିଣୀ ଛକ ନିକଟରେ ଆଗରେ ଯାଉଥିବା ଗ୍ୟାସ କଣ୍ଟେନରକୁ ପଛ ପଟୁ ଧକ୍କା ଦେଇଥିଲା ସ୍କର୍ପିଓ । ଫଳରେ ପଛରେ ଥିବା ସ୍କର୍ପିଓ ପଛପଟୁ ବାଡେଇ ହୋଇଯାଇଥିଲା । ଫଳରେ ଘଟଣା ସ୍ଥଳରେ ଜଣେ ଡ୍ରାଇଭରଙ୍କ ସମେତ ମହିଳା ପାର୍ବତୀ ଦାସ ଓ ତାଙ୍କ ସ୍ୱାମୀ ଶଙ୍କର ରାଓଙ୍କ ସହ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାସହ ୪ଜଣ ଗୁରୁତର ଅବସ୍ଥା ଗୁରୁତର ରହିଛି । ଏମାନଙ୍କୁ ସୋରୋ ମେଡିକାଲରେ ଭର୍ତ୍ତି କରାଯାଇଛି । ରାସ୍ତା କାମ ଚାଲୁଥିବାର ଦୁର୍ଘଟଣା ଘଟିଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.