ଦୁର୍ଗାପୂଜା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମାଆଙ୍କ କରୁଣାରୁ ଜୀବନରେ ଭରିଯାଉ ସୁଖ ଓ ସମୃଦ୍ଧି

Published By : Prameya-News7 Bureau | October 03, 2022 IST

ଭୁବନେଶ୍ୱର ୦୩/୧୦: ଧରବାତରଣ କରିଛନ୍ତି ଜଗତଜନନୀ ମାଆ ମହିଷାମର୍ଦ୍ଦିନୀ । ସାରା ରାଜ୍ୟରେ ଧୂମଧାମରେ ପାଳନ କରାଯାଉଛି ମାଆଙ୍କ ପୂଜା ଆରାଧନା । ଦୁଇବର୍ଷର କରୋନା କଟକଣା ପରେ ଏ ବର୍ଷ ରାଜ୍ୟବାସୀ ଦଶହରାକୁ ବୁଲାବୁଲିର ମଜା ନେଉଛନ୍ତି ।

ତେବେ ଏହି ଅବସରରେ ଦୁର୍ଗାପୂଜା ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ପବିତ୍ର ଦୁର୍ଗାପୂଜା ଅବସରରେ ସମସ୍ତଙ୍କୁ ମୋର ଶାରଦୀୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ମା'ଙ୍କ କରୁଣାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.