scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ତାରକସିର ସହରରେ ଚାଲିଛି ମା’ଙ୍କ ଆଗମନ ପ୍ରସ୍ତୁତି, କାଫ୍ଲା ବଜାରରେ ୭୦ କେଜି ରୂପାରେ ଝଲସିବେ ଦେବୀ

25/09/2023 at 5:40 PM

କଟକ ୨୫/୦୯: କଟକି ଦଶହରାର ସ୍ବତନ୍ତ୍ରତା ପଛରେ ରହିଛି ଚାନ୍ଦିର ଚମକ । ସୁଉଚ୍ଚ ଓ ସୁନ୍ଦର ମୃଣ୍ମୟ ପ୍ରତିମା ସହିତ, ଯେବେ ପୁଜା ମଣ୍ତପରେ ଚାନ୍ଦିମେଢ଼ ଶୋଭାପାଏ , ତେବେ ଦେଖଣାହାରୀ ମନ୍ତ୍ରମୁଗ୍ଧ ହୋଇଯିବାଟା ସ୍ୱାଭାବିକ । ଏମିତିରେ କଟକି ତାରକସି କାମ, ବିଶ୍ୱ ପ୍ରସିଦ୍ଧ । ପୁଣି କଟକର ଦଶହରାର ରହିଛି ସ୍ୱତନ୍ତ୍ର ପରିଚୟ । ତେଣୁ ଚଳିତ ବର୍ଷ ପୁଜାକୁ ଆହୁରି ରୋମାଞ୍ଚକର କରିବାଲାଗି ପ୍ରସ୍ତୁତ ହେଉଛି ୩ ଟି ନୂଆ ଚାନ୍ଦିମେଢ ।

ଚାନ୍ଦିମେଢର ପ୍ରତିଯୋଗିତାରେ ଏଥର ସାମିଲ ହେବାକୁ ଯାଉଛି କାଫ୍ଲା ବଜାର । ଯେଉଁ ମେଢର ନିର୍ମାଣ କାର୍ଯ୍ୟ ଏବେ ସରିବା ଉପରେ । ଚଳିତ ବର୍ଷ କଟକି ଦଶହରାରେ ସାମିଲ ହେବ ଆଉ ୩ ଟି ଚାନ୍ଦିର ମେଢ । ଯାହାକୁ ପ୍ରସ୍ତୁତି ପର୍ବରେ ଲାଗିଛନ୍ତି ଚାନ୍ଦି କାରିଗର ମାନେ । ପ୍ରାୟ ୭୦ କେଜିର ରୂପାରେ ପ୍ରସ୍ତୁତ ହେବାକୁ ଯାଉଛି ,କାଫ୍ଲା ବଜାର ପୁଜା ମଣ୍ତପର ଚାନ୍ଦିମେଢ ।

ଯାହାକୁ ପୂର୍ଣ୍ଣାଙ୍ଗ ରୂପ ଦେବାଲାଗି ,୧୦ ରୁ ଉର୍ଦ୍ଧ କାରିଗର ଦିନରାତି ଏକ କରିଦେଇଛନ୍ତି । ଶେଖ୍‌ ବଜାରରେ ଥିବା ଏହି ତାରକସି କାରଖାନାରେ ଏବେ ନିର୍ମାଣ ଚାଲିଛି କାଫଲାବଜାର ପୁଜା ମଣ୍ତପର ଚାନ୍ଦିମେଢ । ନିର୍ମାଣ ସରିଯାଇଥିବା ପାଖୁଡା , କଲିଆ , ପିଣ୍ତି ଏବଂ ମୁକୁଟ ଆଦିକୁ ୪ ରୁ ୫ ଥର ସଫେଇ କଲାପରେ ଯାଇ , ଏହାର ଅସଲ ଚମକ ଆସିବ । ତେବେ ସାଧାରଣ ଲୋକେ ବୁଝିପାରିବେନେହିଁ, ଯେ ଗୋଟିଏ ଚାନ୍ଦିମେଢକୁ ପ୍ରସ୍ତୁତ କରିବାଲାଗି କାରଗର ମାନଙ୍କୁ କେତେ ପରିଶ୍ରମ କରିବାକୁ ପଡେ ।

ମୁଖ୍ୟ କାରିଗର କୁହଁନ୍ତି, ଏଥିଲାଗି ସର୍ବନିମ୍ନ ୬ ମାସର ପରିଶ୍ରମ କରିବାକୁ ହୁଏ। ସ୍ଥଳ ବିଶେଷରେ ଗୋଟିଏ ମେଢର କାମ ସାରିବାକୁ ବର୍ଷେବି ଲାଗିଯାଏ । କେବଳ ଚାନ୍ଦିର କାମ ନୁହେଁ , ସୁନାଭଳି ମୂଲ୍ୟବାନ ଧାତୁରେ ମଧ୍ୟ କଟକର କାରିଗର ମାନେ ତାରକଶିର ଝଲକ ଠାଡିଛନ୍ତି । ଚଳିତ ବର୍ଷ କଟକର ଚାଉଳିଆଗଞ ପୁଜା କମିଟି କେତୋଟି ନୂଆ ସୁନା ମୁକୁଟ କରିବାକୁ ଲକ୍ଷ ରଖିଛି । ଯାହାର ନିର୍ମାଣ କମ ମଧ୍ୟ ଏଠାରେ ଚାଲିଛି ।

   Related Posts