ପାର୍ବଣର ଆଦ୍ୟ ପର୍ବ : ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବରେ ଦୁର୍ଗାପୂଜା ପାଇଁ ନଈପଠାରୁ ଉଠିଲା ଅନୁକୂଳ ମାଟି

Published By : Prameya-News7 Bureau | August 24, 2019 IST

କଟକ ୨୪|୮: କଟକରେ ଆରମ୍ଭ ହୋଇଗଲାଣି ପାର୍ବଣର ମାହୋଲ । ଜନ୍ମାଷ୍ଟମୀରେ କିଛି ପୂଜା ମଣ୍ଡପ ମାଟି ଅନୁକୂଳ କରିଥିବା ବେଳେ ନନ୍ଦ ଉତ୍ସବରେ ଆଉ କିଛି ପୂଜା ମଣ୍ଡପ ମାଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି ପାଇଁ ମାଟି ଉଠାଇଛନ୍ତି । ସେଥିପାଇଁ ନଦୀ ପଠାଗୁଡିକରେ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା ।

{"id":148204}

ପାରମ୍ପରିକ ବାଜା ସହ ହୋମ ଯଜ୍ଞ ଆଉ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣରେ କମ୍ପୁଥିଲା ମହାନଦୀ ଓ କାଠଯୋଡି ପଠା । ପୌରାଣିକ ମତ ଅନୁସାରେ ଜନ୍ମାଷ୍ଟମୀରେ ଧରାପୃଷ୍ଠକୁ ଆସିଥିଲେ ବିଜୁଳି କନ୍ୟା । ତେଣୁ ସେହି ଦିନଠୁ ହିଁ ମା ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି ପାଇଁ ନଦୀ ପଠାରୁ ମାଟି ଉଠାଯାଏ ।

{"id":148206}

ଜନ୍ମାଷ୍ଟମୀରେ କଟକର କିଛି ପୂଜା କମିଟି ମାଟି ଉଠାଇଥିବା ବେଳେ ଶନିବାର ନନ୍ଦଉତ୍ସବରେ ବି ପୂଜା କମିଟି ଗୁଡିକ ମାଟି ଉଠାଇଛନ୍ତି । ପ୍ରଥମେ ନଦୀକୁ ପୂଜା କରାଯାଇଥିଲା । ପରେ ମାଟି ମାକୁ ପୂଜା କରି ପୂଜା କମିଟିର ମୁଖିଆମାନେ ମାଟି ଉଠାଇଛନ୍ତି ।

{"id":148205}

ଶେକ୍ ବଜାର, ଚାନ୍ଦିନିଚୌକ, ହରିପୁର, ଦୋଳମୁଣ୍ଡାଇ, ଖାନନଗର ଓ ବଙ୍ଗାଳି ସାହିର ପୂଜା କମିଟି ମାଟି ଅନୁକୂଳ କରିଛନ୍ତି । ଚଳିତ ବର୍ଷ ପୂଜାରେ କଟକର ଶେକ୍ ବଜାର ପୂଜା କମିଟି କଟକି ଚାନ୍ଦି ପାଇଁ ଜି ଆଇ ମାନ୍ୟତା ଦାବିରେ ସ୍ୱତନ୍ତ୍ର କ୍ୟାମ୍ପେନ୍ ଆରମ୍ଭ କରିବ ବୋଲି କହିଛି । ମାଟି ଉଠାଯିବା ସହ ବାଦାମବାଡି ଭଳି ପୂଜା କମିଟି ଗୁଡିକ ତୋରଣ କାମ ପାଇଁ ମଧ୍ୟ ଶୁଭ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.