Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଆଜି ଦେବୀ ପୀଠରେ ସପ୍ତମୀ ପୂଜା, ଚଳଚଞ୍ଚଳ ଝଙ୍କଡ଼ ସ୍ଥିତ ମା ଶାରଳାଙ୍କ ପୀଠ

11/10/2021 at 1:09 PM

ଜଗତସିଂହପୁର ୧୧।୧୦: ଆଜି ବିଭିନ୍ନ ଦେବୀ ପୀଠରେ ପାଳିତ ହେଉଛି ସପ୍ତମୀ ପୂଜା । ଏହାକୁ ନେଇ ଚଳଚଞ୍ଚଳ ହୋଇଛି ଜଗତସିଂହପୁର ଜିଲା ଝଙ୍କଡ଼ ସ୍ଥିତ ମା ଶାରଳାଙ୍କ ପୀଠ । ପ୍ରତିବର୍ଷ ପରି ଚଳିତ ବର୍ଷ  ମଧ୍ୟ ମୂଳାଷ୍ଟମୀ  ଠାରୁ ଆରମ୍ଭ ହୋଇଥିବା ପାର୍ବଣ ପୂଜା ମହାଷ୍ଟମୀ ପର୍ଯ୍ୟନ୍ତ,  ଦୀର୍ଘ ୧୪ ଦିନ ବ୍ୟାପି  ମାଙ୍କ ପୀଠରେ ଅନୁଷ୍ଠିତ ହେବ ।

ତେବେ ଏହି ଅବସରରେ ମା ଶାରଳାଙ୍କୁ ବିଭିନ୍ନ ବେଶରେ ସୁସଜିତ କରାଯିବା ସହିତ ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ ଆଦି ଆୟୋଜିତ ହେଉଛି ।ସପ୍ତମୀ ଓ ଅଷ୍ଟମୀ ଦୁଇ ଦିନ ମା ମହିଷାମରଦିନି ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ । କୋଭିଡ ନିୟମକୁ ପାଳନ କରି ଶ୍ରଦ୍ଧାଳୁ ମାନେ ମାଆଙ୍କୁ ଦର୍ଶନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

   Related Posts