ରାଜଧାନୀରେ ହେବ ଦୁର୍ଗାପୂଜା, ମାଗି ପାରିବେ ନାହିଁ ଚାନ୍ଦା
31/08/2020 at 3:25 PM

ଭୁବନେଶ୍ବର୩୧/୮: କୋଭିଡ୍ ନିୟମ ମାନି ରାଜଧାନୀ ଭୁବନେଶ୍ବରରେ ପାଳନ ହେବ ଦୁର୍ଗାପୂଜା। ପୂଜା କମିଟି ସହ ବୈଠକ ପରେ ପୁଲିସ୍ ଏଭଳି ନିଷ୍ପତ୍ତି ନେଇଛି। ପୂଜା ନିମନ୍ତେ କୌଣସି ସ୍ଥାନରେ କାହାକୁ ଚାନ୍ଦା ମାଗି ପାରିବେ ନାହିଁ। ଯିଏ, ଯାହାର ସକ୍ଷମ ଅନୁସାରେ ପୂଜା ପାଇଁ ଦାନ କରି ପାରିବେ। ପୂର୍ବରୁ ଯେଭଳି ଘର ଘର ବୁଲି ଚାନ୍ଦା ମାଗୁଥିଲେ, କିନ୍ତୁ ଚଳିତ ଥର ସେମିତି ହେବ ନାହିଁ। ଏଥିସହ ପୂଜା ପାଇଁ ମଣ୍ଡପକୁ କେହି ଯାଇ ପାରିବେ ନାହିଁ। ଏପରି କି ମା’ଙ୍କ ମୂର୍ତ୍ତିର ଉଚ୍ଚତା ନିର୍ଦ୍ଧାରଣ କରାଯିବ। ପୂଜା କମିଟିର କର୍ମକର୍ତ୍ତା ସହ ଆୟୋଜକମାନେ ମଧ୍ୟ କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରିବେ। ସେହିପରି କଟକରେ ମଧ୍ୟ ଦୁର୍ଗାପୂଜାକୁ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶତ ପ୍ରତିଶତ କୋଭିଡ୍ ନିୟମ ପାଳନ କରି କଟକରେ ଦଶହରା ପୂଜା ହେବ । ସାଜସଜା, ଭସାଣି, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ରାବଣ ପୋଡି ଭୁବନେଶ୍ବର ହେବ ନାହିଁ।