ଧରାବତରଣ କରିଛନ୍ତି ମା’ ମହିଷାମର୍ଦ୍ଦିନୀ ; ଆଜି ପୀଠରେ ନବମୀ ପୂଜା, ମଣ୍ଡପରେ ଚାଲିଛି ଅଷ୍ଟମୀ ପୂଜା

Published By : Prameya-News7 Bureau | October 17, 2018 IST

ଭୁବନେଶ୍ବର ୧୭|୧୦: ଧରାବତରଣ କରିଛନ୍ତି ମା’ ମହିଷାମର୍ଦ୍ଦିନୀ । ମା’ ଦୁର୍ଗାଙ୍କ ଆଗମନରେ ପୁରଠୁ ପଲ୍ଲୀ ଚାରିଆଡେ ଆନନ୍ଦ, ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ପୀଠରେ ଆଜି ନବମୀ ପୂଜା ହେଉଥିବା ବେଳେ ମଣ୍ଡପ ଗୁଡିକରେ ଅଷ୍ଟମୀ ପୂଜା ଚାଲିଛି । ପାରମ୍ପରିକ ପୂଜାର୍ଚ୍ଚନା ଓ ଯଜ୍ଞ ସହ ସ୍ତୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ର ପାଠରେ କମ୍ପୁଛି ପୂଜା ମଣ୍ଡପ । ସେପଟେ ଦଶହରା ପାଇଁ ପୁରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ରାଜ୍ୟର ବିଭିନ୍ନ ସ୍ଥାନରେ ମହା ଆଡମ୍ବର ସହକାରେ ଶାରଦୀୟ ଦୁର୍ଗା ପୂଜା ଚାଲିଛି । ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ । ମା’ଙ୍କ ଦର୍ଶନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଶ୍ରଦ୍ଧାଳୁଙ୍କୁ ବେଶ୍ ଆକୃଷ୍ଠ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.