ଦୂର୍ଗାପୂଜା ପାଇଁ ସୁନାର ଦୂର୍ଗା ମୂର୍ତ୍ତି ଖର୍ଚ୍ଚ ୨୦ କୋଟି, ଚଳଚଞ୍ଚଳ ପୁରପଲ୍ଲୀ – ବିଭିନ୍ନ ସ୍ଥାନରେ ଶୋଭା ପାଉଛି ଆକର୍ଷଣୀୟ ତୋରଣ ସହ ଆଲୋକ ମାଳା

Published By : Prameya-News7 Bureau | October 03, 2019 IST

ଭୁବନେଶ୍ୱର/କଟକ  ୦୩ ।୧୦ - ଆସୁଛନ୍ତି ମା ଜଗତଜନନୀ । ଆଜି ମନ୍ଦିର ଗୁଡିକରେ ଷଷ୍ଠୀ ପୂଜା ହେଉଥିବା ବେଳେ ଆସନ୍ତାକାଲି ପୂଜା ମଣ୍ଡପରେ ବିଲ୍ବବରଣ ସହ ମାଙ୍କ ଷଷ୍ଠୀ ପୂଜା ଆରମ୍ଭ ହେବ।   ମାଙ୍କ ଆଗମନ ପାଇଁ ଚଳଚଞ୍ଚଳ ଧରାପୃଷ୍ଠ । ଚାରିଆଡେ ଉତ୍ସାହର ମାହୋଲ । ତେବେ ମାଙ୍କ ଆବାହନ ପାଇଁ ରାଜ୍ୟର ପ୍ରମୁଖ ସହ କଟକ ଭୁବନେଶ୍ବରେ  ୩୫୦ରୁ ଅଧିକ ପୂଜା ମଣ୍ଡରେ ମାଙ୍କ ପୂଜାର୍ଚ୍ଚନା କରାଯିବ ।  ଏଥଥିପାଇଁ ବିଭିନ୍ନ ପୂଜାମଣ୍ଡପ ଗୁଡିକ ଆକର୍ଷଣୀୟ ତୋରଣ , ସହ ସୁନା ମୁକୁଟ ଓ ଚାନ୍ଦି ମେଢ ନିର୍ମାଣ ହୋଇଛି ।  ସେପଟେ କୋଲକାତାର ସନ୍ତୋଷ ମିତ୍ର ସ୍କୋୟାର ଦୁର୍ଗାତ୍ସବ ସମିତି ଚଳିତ ବର୍ଷ ୨୦କୋଟି ଟଙ୍କା ବିନିମୟରେ  ମାଙ୍କ ସୁନା ମୁର୍ତ୍ତି ତିଆରି କରି ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ….

{"id":165931}

ଦୁଷ୍ଟ ସଂହାର ପାଇଁ ଧରାପୁଷ୍ଠକୁ ଆସୁଛନ୍ତି ମା ଯୋଗମାୟା ।  ଆସନ୍ତା କାଲି ଠାରୁ ପୂଜା ମଣ୍ଡପରେ ଆରମ୍ଭ ହେଉଛି ମାଙ୍କ  ଷଷ୍ଠୀ ପୂଜା । ମା ଜଗତ ଜନତୀଙ୍କ ଆବାହନ ପାଇଁ ମଣ୍ଡପ ଗୁଡିକରେ ଏବେ ବ୍ୟାପକ  ପ୍ରସ୍ତୁତି ।  ଆଜି ମନ୍ଦିର ଗୁଡିକରେ ମାଙ୍କ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଛି ।  ମଣ୍ଡପ ଗୁଡିକରେ ମା ଦୁର୍ଗତୀ ନାସୀନଙ୍କୁ  ଆବାହନ ପାଇଁ  ରାଜ୍ୟର ପ୍ରମୁଖ ସହର ଗୁଡିକରେ ବ୍ୟାପକ ଆୟୋଜନ ହୋଇଛି ।  ତଳିତ ବର୍ଷ ରାଜଧାନୀ ଭୁବନେଶ୍ବରରେ ମୋଟ ୧୭୪ଟି ପୂଜା ମଣ୍ଡପରେ ମା ଜଗତ ଜନନୀଙ୍କୁ ଆବାହନ କରାଯିବ  । ସେଥି ମଧ୍ୟରୁ ପ୍ରମୁଖ ୪୦ଟି ପୂଜା ମଣ୍ଡପରେ ବ୍ୟାପକ ପ୍ରସ୍ତୁତି ହୋଇଛି । ରାଜଧାନୀର ପ୍ରମୁଖ ପୂଜା ମଣ୍ଡପ ସହିଦନଗର ପକ୍ଷରୁ ମାଙ୍କ ପାଇଁ ଚାନ୍ଦି ମେଢ ଓ ସୂନା ମୁକୁଟ ନିର୍ମାଣ ହୋଇଛି ।ଏହାସହ ଉତ୍ତର ପ୍ରଦେଶ ଲକ୍ଷ୍ମୌ ପ୍ୟାଲେସ ଢାଞ୍ଚାରେ ଆକର୍ଶଣୀୟ ତୋରଣ ନିର୍ଣାଣ ହୋଇଛି । ରସୁଲଗଡ ଦୁର୍ଗାପୂଜ ସମିତ ପକ୍ଷରୁ  ଫୁଲର ଇନ୍ଦ୍ରପୁରୀ , ଝାରପଡାରେ ପ୍ୟାରିସ୍‌ ରଡିଜନ୍‌ ଲ୍ୟାଣ୍ଡ ବରମୁଣ୍ଡାରେ ଅକ୍ଷରଧାମ ମନ୍ଦିର ଢାଞ୍ଚାରେ ତୋରଣ ନିର୍ମାଣ ହୋଇଛି । ସେହିପରି ଷ୍ଟେସନ ବଜାର ରେ ଅଜନ୍ତା ଏଲୋରା ଗୁମ୍ଫା, ଘାଟିଆକିଆରେ ବୋଇତ ବନ୍ଦାଣ ଥିମ୍‌କୁ ନେଇ ଅତି ସୁନ୍ଦର ତୋରଣ ପ୍ରସ୍ତୁତ ହୋଇଛି

{"id":165932,"width":556,"height":311}

ସେହିପରି କଟକ ପ୍ରସିଦ୍ଧ ଦଶହାରରେ ୧୬୪ଟି ମଣ୍ଡପରେ ମା ଦୁର୍ଗାଙ୍କ ସମତେ ହରପାର୍ବତୀଙ୍କୁ ଆବାହନ କରାଯିବ ।  କଟକ ଚୌଧୁରୀ ବଜାର ପ୍ରତିବର୍ଷ ଭଳି ଏଥର ମାଙ୍କ ସୁନା ମେଢ ,ଚାଉଳିଆ ଗଞ୍ଜ ପୂଜା ମଣ୍ଡପ ମାଙ୍କ ସୁନା ମୁକୁଟ ପ୍ରସ୍ତୁତି କରିଛି । ଚଳିତ ବର୍ଷ କଟକରେ ୨୮ଟି ଚାନ୍ଦି ମେଢ ତିଆରି ହୋଇଛି । ତେବେ ଖାନନଗର ପୂଜା କମିଟିର ପକ୍ଷରୁ ବାଉଁଶ ଓ କାଠରେ ତାମିନନାଡୁର ରଙ୍ଗନାଥ ସ୍ବାମୀ ମନ୍ଦିର ଢାଞ୍ଚାରେ ତୋରଣ , ସେଖ ବଜାର ପୂଜା କମିଟି ପକ୍ଷରୁ ଲାଇଟ୍‌ ତୋରଣରେ  ସର୍ଜିକାଲ ଷ୍ଟାଇକ୍‌ ଓ ଚନ୍ଦ୍ରଯାନ  ନିର୍ମାଣ ହୋଇଛି ।  ବାଦମାବାଡି ଚଳିତ ବର୍ଷ  ରାଜସ୍ଥାନର ରାଣୀ ପ୍ୟାଲେସ ସଦୃଶ ତୋରଣ ନିର୍ଣାଣ  କରିଛି

ସେପଟେ ସାରା ଦେଶରେ ନାଁ କରିଥିବା କୋଲକାତାର ଦୁର୍ଗା ପୂଜାର ବିଶେଷ ଆକର୍ଷଣ ରହିଛି   ୨୦ କୋଟି ଟଙ୍କା ବିନିମୟରେ ନିର୍ମିତ ସୁନାର ଦୁର୍ଗା ମୂର୍ତ୍ତି,  ଯହାର ଓଜନ ରହିଛି ୫୦କେଜି । କୋଲକାତାର ସନ୍ତୋଷ ମିତ୍ର ସ୍କୋୟାର ଦୁର୍ଗାତ୍ସବ ସମିତ ଏହି ବିରାଟ ଆୟୋଜନ କରିଛି ।  ଗତ ଦୁଇ ବର୍ଷ ତଳେ ୨୨ କେଜି ଓଜନର ସୁନା ମୂର୍ତ୍ତି ନିର୍ମାଣ କରି ଏହି ପୂଜା କମିଟି  ଚର୍ଚ୍ଚାକୁ ଆସିଥିଲେ । କେବଳ ମୂର୍ତ୍ତି ନୁହେଁ ପେଣ୍ଡାଲ ନିର୍ମାଣରେ ମଧ୍ୟ ସୁନା ବ୍ୟବହାର କରାଯାଇଛି । ଏହା ସହ ମାଙ୍କ ବାହନ ଏବଂ ମହିଷାସୁରକୁ ମଧ୍ୟ ସୁନାରେ ସଜ୍ଜା ଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.