suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ରାତି ଅଧରେ ଗେଟ ଭାଙ୍ଗି କିଛି ବୁଝିବାପୂର୍ବରୁ ଲୋକଙ୍କ ଉପରକୁ ଡେଇଁ ପଡିଲେ ମୁଖା ପିିନ୍ଧା ଦୁର୍ବୃତ୍ତ- ବୁଲାଇଲେ କଳାକନା

23/02/2020 at 9:13 PM

କଟକ ୨୩।୦୨ – ରାତିର ଅନ୍ଧାର ଭିତରେ ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ । ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା । କଟକ ଜଗତପୁର ଥାନା ଅଞ୍ଚଳ ନ୍ୟୁ-ତୋରଲ ଅଞ୍ଚଳରେ ଘଟିଛି ଏଭଳି ଲୁଟ୍ ଘଟଣା । ଅଭିଯୋଗ ପାଇବା ପରେ ପୋଲିସ ଛାନଭିନ ଆରମ୍ଭ କରିଛି । ଗତ ୪ ମାସ ଭିତରେ ଲଗାତାର ଭାବେ ଡକାୟତି ଓ ଲୁଟ୍ ଭଳି ଘଟଣା ଘଟୁଥିବାରୁ ଏବେ ସ୍ଥାନୀୟ ଲୋକେ ନିଜକୁ ସୁରକ୍ଷିତ ମନେ କରୁନଥିବା ଅଭିଯୋଗ କରିଛନ୍ତି । ଶୂନ ଶାନ ଅଞ୍ଚଳର ଫାଇଦା ନେଇ ଦୁବୃର୍ତ୍ତମାନ ଡକାୟତି କରୁଥନ୍ତି ।

ଜଗତପୁର ଥାନା ଅଞ୍ଚଳରେ ଏକ ଘରକୁ ୪ ଜଣ ଦୁବୃର୍ତ୍ତ ଟାର୍ଗେଟ୍ କରିଥିଲେ । ରାତିର ଅନ୍ଧାରର ଫାଇଦା ନେଇ ବୁଲାଇଲେ କଳାକନା । ଏ ହେଉଛି ଡାକୟତି ପରର ଦୃଶ୍ୟ । ଘରର ମୁଖ୍ୟ ଗେଟ୍‌ ହେଉ ବା ଭିତର ଗେଟ୍ ସମସ୍ତ ତାଲାକୁ ଭାଙ୍ଗିଦେଇଛନ୍ତି ଲୁଟେରା । ଘରେ ରହିଥିବା ଦୁଇ ଦୁଇଟି ଆଲମାରିରେ ରହିଥିବା ଜିନିଷପତ୍ର ସବୁ କିଛି ଏପଟ ସେପଟ ପଡି ରହିଛି ।

ଅଭିଯୋଗ ଅନୁଯାୟୀ ରାତି ପାଖାପାଖି ସମୟ ୨ଟା ବେଳେ ହଠାତ୍ ଘର ଭିତର ଗେଟ୍‌ ଭାଙ୍ଗିବାର ଶଦ୍ଧ ଶୁଣିବା ମାତ୍ର ପରିବାର ଲୋକେ ଉଠିଯାଇଥିଲେ । କିଛି ଭାବିବା ଆଗରୁ ମୁଖା ପିନ୍ଧା ଲୁଟେରାମାନେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ । ଏପିରିକି ସମସ୍ତଙ୍କୁ ଗୋଟିଏ ରୁମରେ ରଖି ଲୁଟି ନେଇଥିଲେ ୩୦ ଭରି ସୁନା ଓ ୪୦ ହଜାର ଟଙ୍କା । ତେବେ ଦୁର୍ବୃତ୍ତମାନେ ଘରେ ରହିଥିବା ମୋବାଇଲ ଫୋନ, ଲ୍ୟାପଟପ କି ଟ୍ୟାବଲେଟକୁ ଛାଡି ପଲାଇଥିଲେ । ଏପରିକି ଫୋନର ସିମ୍ ଓ ଫୋନରେ ଥିବା ସିମ୍ ସ୍ଲଟକୁ ଭାଙ୍ଗି ଦେଇଥିଲେ । ଯାହାଫଳରେ ଡାକୟତଙ୍କ କବଳରେ ଥିବା ଲୋକେ କାହାକୁ ଯୋଗାଯୋଗ ବି କରିପାରିନଥିଲେ ।

   Related Posts