ବ୍ରିଟିଶ ଏୟାରଓ୍ବେଜ୍ ଖାଦ୍ୟରେ ନକଲି ଦାନ୍ତ ! ଟ୍ବିଟ୍ କରି ଅଭିଯୋଗ କଲେ ମହିଳା, ପ୍ରତିକ୍ରିୟା ରଖିଛନ୍ତି ୟୁଜର୍ସ

Published By : Prameya-News7 Bureau | December 09, 2022 IST

ଲଣ୍ଡନ: ବ୍ରିଟିଶ ଏୟାରଲାଇନ୍ ଖାଦ୍ୟରେ ନକଲି ଦାନ୍ତ । ଫ୍ଲାଇଟ୍‌ରେ ପରସା ଯାଇଥିବା ମିଲ୍‌ରେ ଡୁପ୍ଲିକେଟ୍ ଦାନ୍ତ ମିଳିଛି । ଏହା ବିଶ୍ବାସ ହେଉନଥିଲେ ବି ସତ । ଖାଦ୍ୟରେ ଦାନ୍ତ ବାହାରିବା ନେଇ ଜଣେ ଯାତ୍ରୀ ଅଭିଯୋଗ କରିଛନ୍ତି । ଫଟୋ ସହିତ ସେ ବ୍ରିଟିଶ ଏୟାରଲାଇନକୁ ଟ୍ବିଟ୍ କରି ଜଣାଇଛନ୍ତି । ଏହାକୁ ନେଇ ଟ୍ବିଟର ୟୁଜର୍ସ ପ୍ରତିକ୍ରିୟା ରଖିଛନ୍ତି ।

ସୂଚନା ଅନୁଯାୟୀ, ଏହି ଘଟଣା ବ୍ରିଟିଶ ଏୟାରଓ୍ବେଜ୍ ଘଟିଛି । ଅକ୍ଟୋବର ୨୫ ତାରିଖରେ ଘାଦା-ଏଲ-ହୋସ୍ ନାମକ ଜଣେ ମହିଳା ଏହି ଅଭିଯୋଗ ଆଣିଥିଲେ । ସେ BA୧୦୭ ପ୍ଲେନ୍‌ରେ ଲଣ୍ଡନରୁ ଦୁବାଇ ଯାଉଥିବା ବେଳେ ଫ୍ଲାଇଟ୍‌ରେ ଦିଆଯାଇଥିବା ଖାଦ୍ୟରେ ନକଲି ଦାନ୍ତ ବାହାରିଥିଲା । ଏହାର ସେ ଫଟୋ ଉଠାଇ ସେ ଏୟାରଲାଇନ୍ କର୍ତ୍ତୃପକ୍ଷଙ୍କୁ ଟ୍ବିଟ୍ କରି ଜଣାଇଥିଲେ । ଯେଉଁଥିରେ ଭାତ, ତରକାରୀ ସହିତ ଏକ ନାପକିନ୍ ପେପରରେ ଦାନ୍ତ ରଖାଯାଇଥିଲା ।

ଟ୍ବିଟ୍ କରି ଘାଦା ଲେଖିଥିଲେ, ଫ୍ଲାଇଟ୍‌ରେ ପରସା ଯାଇଥିବା ଖାଦ୍ୟରେ ନକଲି ଦାନ୍ତ ବାହାରିଛି । ଏନେଇ ମୁଁ ବ୍ରିଟିଶ ଏୟାରଓ୍ବେଜଙ୍କୁ ଜଣାଇଛି ଏବଂ ଜବାବକୁ ମଧ୍ୟ ଅପେକ୍ଷା କରିଛି । ଆପଣଙ୍କ କଲ୍ ସେଣ୍ଟରରୁ ମୋତେ ଏଯାଏଁ କଲ୍ ଆସିନାହିଁ । ଏହି ଟ୍ବିଟର କିଛି ସମୟ ପରେ ଜବାବ ରଖିଥିଲା ବ୍ରିଟିଶ ଏୟାରଓ୍ବେଜ୍ । କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରିବା ସହିତ କ୍ରୁକ୍ ମେମ୍ବରଙ୍କୁ ଜଣାଇଛନ୍ତି କି ନାହିଁ କହିଥିଲେ ।

ଦି ଇଣ୍ଡିପେଣ୍ଡେଣ୍ଟର ରିପୋର୍ଟ ଅନୁଯାୟୀ, ଏୟାରଲାଇନ୍ କର୍ତ୍ତୃପକ୍ଷ ଗ୍ରାହକଙ୍କୁ କ୍ଷମା ମାଗିବା ପାଇଁ ସିଧା ସମ୍ପର୍କ କରୁଛନ୍ତି ଏବଂ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାକୁ ନେଇ ଟ୍ବିଟର ୟୁଜର୍ସମାନେ ପ୍ରତିକ୍ରିୟା ରଖିଛନ୍ତି, ଏହା ବିଶ୍ବାସ କରି ହେଉନାହିଁ, ଯଦି ଏହା ସତ ହୋଇଥିବ ତେବେ ଏହା ଏକ ଘୃନ୍ୟ ଘଟଣା । ଅନ୍ୟ ଜଣେ ୟୁଜର୍ସ ଏହାକୁ ମକା ଦାନା ବୋଲି କହିଛନ୍ତି । ଜଣେ ବିଡିଏସ୍ ଡାକ୍ତର ନକଲି ଦାନ୍ତର ଅନ୍ୟ ଫଟୋ ଦେଖିବାକୁ ଉତ୍ସୁକୁତା ପ୍ରକାଶ କରିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.