ସହର ପରେ ଗାଁକୁ ମାଡିଲା ନକଲି କାରବାର, କଟିକଟା ବଜାରରେ ବିକ୍ରି ହେଉଛି ନକଲି ଚା'

Published By : Prameya-News7 Bureau | November 18, 2022 IST

ନିଶ୍ଚିତକୋଇଲି ୧୮/୧୧: ଏବେ ସବୁଠି ନକଲି, ନକଲି ଆଉ ନକଲି । ଆଗେ ନକଲି ଜିନିଷ ସହର ମାନଙ୍କରେ ତିଆରି ହୋଇ ବିକ୍ରି ହେଉଥିବା ବେଳେ ଏବେ ଏହା ଗାଁ ଗାଁ କୁ ବ୍ୟାପିଲାଣି । ଢିଲା ଆଇନ ବ୍ୟବସ୍ଥା ପାଇଁ ଅନେକ ସମୟରେ ଖସି ଯାଉଛନ୍ତି ଏଭଳି ନକଲି ପ୍ରସ୍ତୁତକାରୀ ମୁନାଫାଖୋର ମାନେ ।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା ବଜାରରେ ନକଲି ଟାଟା ଚାହା ବିକ୍ରି କରୁଥିବା ଅଭିଯୋଗ ହୋଇଛି । ତେବେ ଅଭିଯୋଗ ପରେ ଦୋକାନୀର ମାଲିକ ସେକ୍ ରିଜୁୱାନକୁ କିଛି ସମୟ ଥାନାରେ ଅଟକ ରଖି ପିଆର ବଣ୍ଡରେ ଛାଡିଦେଇଛି ନିଶ୍ଚିନ୍ତକୋଇଲି ପୋଲିସ ।

ଏସ୍‌.କେ ଭେରାଇଟି ଷ୍ଟୋର ନାମରେ ରିଜୁୱାନ ସେଠାରେ ଟାଟା ବ୍ରାଣ୍ଡ ଚାହାର ନକଲି ଚାହା ବିକ୍ରି କରୁଥିବାର ଅଭିଯୋଗ କୌଣସି ସୂତ୍ରରୁ ଖବର ପାଇ ଟାଟା କମ୍ପାନୀର ଅଫିସର, କର୍ମଚାରୀ ଓ ନିଶ୍ଚିନ୍ତକୋଇଲି ପୋଲିସର ସହାୟତାରେ ଚଢ଼ାଉ କରି ବିପୁଳ ପରିମାଣରେ ନକଲି ଟାଟା ବ୍ରାଣ୍ଡ ଚାହାକୁ ଜବତ କରିଛି । ଏହି ନକଲି ଟାଟା ବ୍ରାଣ୍ଡ ଚାହାକୁ ଦେଖିଲେ, ସହଜରେ କେହି ଜାଣି ପାରିବେ ନାହିଁ ଯେ ଏହା ଓରିଜିନାଲ୍ ନା ଡୁପ୍ଲିକେଟ୍ ଚା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.