କେନ୍ଦ୍ରାପଡ଼ାରୁ ନକଲି ଚା' ପତି କାରଖାନା ଠାବ: କାରଖାନା ମାଲିକ ଫେରାର୍

Published By : Prameya-News7 Bureau | March 12, 2019 IST

କେନ୍ଦ୍ରାପଡ଼ା ୧୨/୩ : କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଖର୍ଦ୍ଧାସାହିରୁ ଏକ ନକଲି ଚା' ପତି କାରଖାନା ଠାବ | ନକଲି ଚା'ପତି କାରଖାନା ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ଚା' ପତି ଜବତ କରିଛି ପୁଲିସ | ଏଠାରେ ଏକ ଘରେ ନକଲି ଚା ପତି ପ୍ରସ୍ତୁତ ହେଉଥିବା ଖବର ପାଇ ସଦର ଥାନା ପୋଲିସ ସୋମବାର ସନ୍ଧ୍ୟାରେ ଚଢାଉ କରିଥିଲା | ଚଢାଉ ବେଳେ ଖର୍ଦ୍ଧା ସାହିରେ ଥିବା କାରଖାନାରୁ ବହୁ ପରିମାଣରରେ ନକଲି ଚା' ପତି, ବିଭିନ୍ନ ନାମି ଦାମୀ ଚା' କମ୍ପାନୀର ଜରି, ଚା' ପତି ତିଆରି ମେସିନ୍, ଚା' ପତି ପ୍ରସ୍ତୁତ ରେ ବ୍ୟବହୃତ କଞ୍ଚା ମାଲ୍ ଜବତ କରିଥିଲା | ଏହା ସହିତ କିଛି ବ୍ରାଣ୍ଡେଡ କମ୍ପାନୀର ନକଲି ଦେହ ଲଗା ତେଲ ମଧ୍ୟ ଜବତ ହୋଇଥିବା ଜଣାପଡିଛି | ଚଢାଉ ବେଳେ କାରଖାନାର ମାଲିକ ଫେରାର୍ ହୋଇଯାଇଛି |

{"id":92751}

କିଛି ଦିନ ପୂର୍ବରୁ କେନ୍ଦ୍ରାପଡା ଅଂଚଳରେ ନକଲି ଚା'ପତି ଏବଂ ନକଲି ଦେହ ଲଗା ତେଲ ବିକ୍ରି ହେଉଥିବାର ଖବର ପାଇଥିଲା ପୋଲିସ | ଫଳରେ ଗତକାଲି ସନ୍ଧ୍ୟାରେ ଚଢ଼ାଉ କରିଥିଲା ପୋଲିସ |

{"id":92752}

ଠାବ ହୋଇଥିବା ନକଲି କାରଖାନା କେନ୍ଦ୍ରାପଡା ସହରରୁ ମାତ୍ର ୮ରୁ ୧୦ କି:ମି: ଦୂର | ପାଖରେ ଏକ ବଡ ବଜାର ମଧ୍ୟ ରହିଛି | କିନ୍ତୁ ଯେଉଁ ଘରେ ଏସବୁ ନକଲି କାରବାର ଚାଲିଥିଲା, କେହି ଏ ସମ୍ପର୍କରେ ଟେର ପାଇନଥିଲା | ନକଲି ଜିନିଷ ବିକ୍ରି କରୁଥିବା ଖବର ପୋଲିସ ପାଇଥିଲା | ଖବରପାଇ ପୋଲିସ ଚଢ଼ାଉ କରିଥିଲା | ଏକାଧିକ ଲୋକ କାରଖାନା ଚଳାଉଥିଲେ | ଗାଁ ଭିତରେ ଏକ ଘର ଭଡା ନେଇ ଏମାନେ ନକଲି କାରବାର କରୁଥିଲେ | ପୋଲିସ ତଦନ୍ତ ଜାରି ରଖିଛି | ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ଏବଂ ଏହାର ନେଟୱାର୍କ କେଉଁ ପର୍ଯ୍ୟନ୍ତ ବ୍ୟାପିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.