ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ନକଲି ସସ୍ କାରଖାନା ଠାବ

Published By : Prameya-News7 Bureau | August 28, 2018 IST

ଭୁବନେଶ୍ବର୨୯/୮:ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ନକଲି ସସ୍ କାରଖାନା ଠାବ ହୋଇଛି । ବିଭିନ୍ନ ପଚାସଢା ପରିବା ଓ ରାସାୟନିକ ମିଶାଇ ତିଆରି କରାଯାଉଥିଲା ସସ୍ । ଟମାଟୋ, ଚିଲି ଓ ସୋୟା ସସ୍  ଆଦି ତିଆରି କରାଯାଉଥିଲା । ବିଭିନ୍ନ ବ୍ରାଣ୍ଡର ସସ୍ ଏଠାରେ ତିଆରି ହେଉଥିଲା ।  ସସ୍ ବୋତଲରେ ବିଭିନ୍ନ ନାମିଦାମୀ କମ୍ପାନୀ ମୋହର ଲଗାଇ ବିକ୍ରି କରାଯାଉଥିବା ଜଣାଯାଇଛି । ନକଲି ଓ ଭେଜାଲ୍  ସସ୍  କାରଖାନାରୁ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି  ମଧ୍ୟ ଜବତ କରିଛି ପୋଲିସ । କାରଖାନା ମାଲିକ ଆର୍ତ ସିଂକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.