Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଳାହାଣ୍ଡିକୁ ଲମ୍ବିଛି ଜାଲ୍ ସାର୍ଟିଫିକେଟ୍‌ ଚେର, ନକଲି ଡାକ ମାଷ୍ଟର ଫେରାର

10/04/2023 at 1:50 PM

ଧର୍ମଗଡ ୧୦।୪: କଳାହାଣ୍ଡିକୁ ଲମ୍ବିଛି ଜାଲ୍ ସାର୍ଟିଫିକେଟ୍‌ର ଚେର । ଜାଲ୍ ସାର୍ଟିଫିକେଟ୍ ଦେଇ ଗ୍ରାମ୍ୟ ଡାକ ମାଷ୍ଟର ଭାବେ କଳାହାଣ୍ଡିର ରୁଦ୍ରମଣୀ ମିଶ୍ର ନିଯୁକ୍ତି ପାଇଁ ବିବେଚିତ ହୋଇଥିଲେ l ଜାଲିଆତି ଜଣା ପଡିବା ପରେ ବର୍ତ୍ତମାନ ସେ ଫେରାର ହୋଇଯାଇଥିବା ଜଣାପଡିଛି l

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ କୁଣ୍ଡାବନ୍ଦ ଗ୍ରାମର ରୁଦ୍ରମଣୀ ମିଶ୍ର ଉତ୍ତରପ୍ରଦେଶ ବୋର୍ଡର ଦଶମ ସାର୍ଟିଫିକେଟ୍ ଦେଇ ଗ୍ରାମ୍ୟ ଡାକ ମାଷ୍ଟର ଭାବେ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ l ରୁଦ୍ରମଣୀ ସମ୍ବଲପୁର ଡାକ ମଣ୍ଡଳ ଅଧିନସ୍ତ ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ କନବାର ଗ୍ରାମରେ ପୋଷ୍ଟମାଷ୍ଟର ଭାବେ ନିଯୁକ୍ତି ପାଇଥାନ୍ତେ l ସେ ମାତୃଭାଷା ଓଡ଼ିଆରେ ୯୭ ମାର୍କ ରଖି ପାସ୍ କରିଛନ୍ତି । କିନ୍ତୁ ଉତ୍ତରପ୍ରଦେଶ ବୋର୍ଡରେ ଓଡ଼ିଆ ଭାଷା ନଥିବା ବେଳେ ସେ ଓଡ଼ିଆରେ ସର୍ବାଧିକ ମାର୍କ ଥିବା ଦେଖି ବିଭାଗୀୟ ଅଧିକାରୀଙ୍କୁ ସନ୍ଦେହ ହେବା ପରେ ତାଙ୍କ ପ୍ରମାଣ ପତ୍ର ଯାଞ୍ଚ କରାଯାଇଥିଲା । ପରେ ଜାଲିଆତି ହୋଇଥିବା ଜଣା ପଡିବା ପରେ ରୁଦ୍ରମଣୀ ମିଶ୍ର ଫେରାର ହେବା ଜଣାପଡିଛି । ତେବେ ଏହି ଜାଲିଆତି ଜଣା ପଡିବା ପରେ ତାଙ୍କ ଗାଁର ଆଉ କିଛି ଯୁବକ ଜାଲ୍ ସାର୍ଟିଫିକେଟ୍ ଦେଇ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା ଅଭିଯୋଗ ହେଉଛି ।

   Related Posts