ବାସୁଦେବପୁର ୧।୬: ବ୍ୟାଙ୍କକୁ ଆସିଥିବା ଜଣେ ଗ୍ରାହକଙ୍କ ନିକଟରୁ ବାହାରିଲା ଜାଲ୍ ନୋଟ୍ । ଭଦ୍ରକ ଜିଲ୍ଲା ବାସୁଦେବପୁର ଷ୍ଟେଟ୍ ବ୍ୟାଙ୍କରୁ ଗ୍ରାହକଙ୍କ ନିକଟରୁ ୭ ଖଣ୍ଡ ଜାଲ୍ ନୋଟ୍ ଜବତ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି । ସଂପୃକ୍ତ ଯୁବକ ଜଣଙ୍କ ହେଲେ ବାସୁଦେବପୁର ମ୍ୟୁନିସପାଲିଟି ସ୍ଥିତ ରାଧାନାଥପୁର ଆଡିଆ ଗ୍ରାମର ରାଜାରାମ ବେହେରା ।
ଉଲ୍ଲେଖଯୋଗ୍ୟ ଯେ, ରାଜାରାମ ମଙ୍ଗଳବାର ବ୍ୟାଙ୍କୁ ୩୬ ହଜାର ଟଙ୍କା ଡିପୋଜିଡ୍ କରିବାକୁ ଆସିଥିଲେ । ହେଲେ ଏହି ଟଙ୍କା ମଧ୍ୟରୁ ୭ ଖଣ୍ଡ ୫୦୦ ଟଙ୍କିଆ ଜାଲ୍ ନୋଟ୍ ବାହାରିଥିଲା । ପରେ ବ୍ୟାଙ୍କର ମ୍ୟାନେଜର ପୋଲିସକୁ ଖବର ଦେଇଥିଲେ । ପୋଲିସ ବ୍ୟାଙ୍କରେ ପହଞ୍ଚି ରାଜାରାମକୁ ଥାନାକୁ ନେଇ ଆସିଥିବାବେଳେ ଉକ୍ତ ଟଙ୍କା ସମ୍ପର୍କରେ ପଚରାଉଚରା କରିଥିଲେ ।
ଅନ୍ୟପଟେ ରାଜାରାମ ଧାନ ବିକ୍ରି କରିଥିବା ସ୍ଵୟଂ ସହାୟିକା ଗୋଷ୍ଠୀ ଠାରୁ ଏହି ଟଙ୍କା ଆଣିଥିବା ପ୍ରକାଶ କରିଛନ୍ତି ।