STF ପଞ୍ଜାରେ ନକଲି ନୋଟ ବ୍ୟବସାୟୀ, ଜବତ ହେଲା ୩୧ ଲକ୍ଷରୁ ଅଧିକ ଟଙ୍କା
3/02/2023 at 12:31 PM

ବଲାଙ୍ଗୀର ୦୩/୦୨: ଏସ୍ଟିଏଫ୍ ପଞ୍ଜାରେ ନକଲି ନୋଟ କାରବାର କରୁଥିବା ବ୍ୟବସାୟୀ । ବ୍ୟବସାୟୀଙ୍କ ଠାରୁ ୩୧ ଲକ୍ଷ ୨୭ ହଜାର ୫୦୦ ଟଙ୍କା ଜବତ କରିଛି ଏସ୍ଟିଏଫ୍ ଟିମ୍ । ପୂର୍ବରୁ ମିଳିଥିବା ସୂଚନାକୁ ଆଧାର କରି ସ୍ପେଶାଲ ଟାସ୍କଫୋର୍ସ ନକଲି ନୋଟ୍ କାରବାର କରୁଥିବା ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା । ତେବେ ଅଭିଯୁକ୍ତ ଠାରୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ତାଙ୍କୁ ଗିରଫ କରି ଅଧିକ ପଚରାଉଚୁରା କରୁଛି ଏସ୍ଟିଏଫ୍ର ଅଧିକାରୀ ।
ସୂଚନା ଥାଉକି, ବୁଧବାର ସନ୍ଧ୍ୟାରେ ଟିଟଲାଗଡ଼ ଥାନା ବସ୍ ଷ୍ଟାଣ୍ଡ ନିକଟରେ ଥିବା ପାର୍କର ମୁଖ୍ୟ ଫାଟକ ନିକଟରେ ନକଲି ନୋଟ୍ କାରବାର ନେଇ ଏସ୍ଟିଏଫ୍ ଟିମ୍ ମିଳିଥିଲା ସୂଚନା । ଏସ୍ଟିଏଫ୍ ଟିମ୍ ଘଟଣାସ୍ଥଳରେ ଚଢ଼ଉ କରି ବ୍ୟବସାୟୀଙ୍କ ନିକଟରୁ ୩୧ ଲକ୍ଷ ୨୭ ହଜାର ୫୦୦ ଟଙ୍କା ଜବତ କରାଯାଇଥିଲା ।
ନକଲି ଟଙ୍କା କାରବାର କରୁଥିବା ବ୍ୟବସାୟୀକୁ ମଧ୍ୟ ଗିରଫ କରାଯାଇଛି । ଅଭିଯୁକ୍ତ ବ୍ୟବସାୟୀ ଜଣକ କଳାହାଣ୍ଡି ଜିଲ୍ଲା କଣ୍ଟାମାଳ କେଗୋନ୍ ଥାନା ଅଞ୍ଚଳର ୫୦ ବର୍ଷୀୟ ଲିଙ୍ଗରାଜ ବେହେରା । ତେବେ ଏଠାରେ ପ୍ରଶ୍ନ ଉଠୁଛି ଲିଙ୍ଗରାଜ ଏତେ ଟଙ୍କା କେଉଁଠୁ ଆଣୁଥିଲେ ଏବଂ କାହାକୁ ଦେବାକୁ ଯାଉଥିଲେ? ଏସବୁର ପତ୍ତା ଲଗାଇବାକୁ ଇନଭେଷ୍ଟିଗେସନ ଆରମ୍ଭ କରିଛି ଏସ୍ଟିଏଫ୍ । ଆଗରୁ ଏସ୍ଟିଏଫ୍ ଟିମ୍ ୭୮ ଲକ୍ଷ ୭୦ ହଜାର ୬୦୦ ନକଲି ନୋଟ ଜବତ କରିଥିବା ନେଇ STF IG ଜୟନାରାୟଣ ପଙ୍କଜଙ୍କ ସୂଚନା ଦେଇଛନ୍ତି ।