ବାଲେଶ୍ବରରେ ଡୁପ୍ଲିକେଟ୍ ମୋବିଲ କାରଖାନା ଠାବ, ଦୁଇ କର୍ମଚାରୀ ଅଟକ : ବିଭିନ୍ନ ବ୍ରାଣ୍ଡର ଷ୍ଟିକର ଲଗାଇ ବିକ୍ରି କରାଯାଉଥିଲା

Published By : Prameya-News7 Bureau | July 19, 2019 IST

ବାଲେଶ୍ବର ୧୯|୭: ବାଲେଶ୍ବର ଅଡ଼ର୍ର ବଜାର ମସଜିତ୍ ସମ୍ମୁଖ ସେଖ୍ ଅବଦ୍ଦୁଲ ମଜିତଙ୍କର ଘରୁ ନକଲି ମୋବିଲ କାରଖାନା ଠାବ ହୋଇଛି । ସେଖ୍ ଅବଦ୍ଦୁଲ ଘରକୁ ଭଡ଼।ସୂତ୍ରରେ ଜଣେ ବ୍ୟକ୍ତିଙ୍କୁ ଦେଇଥିଲେ । ଏଠାରେ ଦାମି ବ୍ରାଣ୍ଡର ନକଲି ମୋବିଲ ତିଆରି ହେଉଥିଲା । କ୍ବିଂଟାଲ କ୍ବିଂଟାଲ ମୋବିଲ ବିଭିନ୍ନ ବ୍ରାଣ୍ଡର ଖୋଳରେ ପ୍ୟାକିଂ ହୋଇ ସେଥିରେ ବିଭିନ୍ନ କମ୍ପାନୀର ଷ୍ଟିକର ମରାଯାଇ ତାହାକୁ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ଅନ୍ୟ ରାଜ୍ୟକୁ ମଧ୍ୟ ପଠା ଯାଉଥିଲା ।

{"id":135370}

ଏହି ମୋବିଲ ମୁଖ୍ୟତଃ ଗାଡ଼ିଗୁଡ଼ିକରୁ ବହାରୁଥିବା ପୋଡ଼। ମୋବିଲ, କିଛି ରଙ୍ଗ ଓ କିରୋସିନ ମିସାଇ ତିଆରି କରାଯାଉଥିଲା । କମ୍ପାନୀ ମାନଙ୍କର ମାଲ୍ ବିକ୍ରି କମିଯିବାରୁ ଗଲ୍ଫ କମ୍ପାନୀର ଗୋଟାଏ ଟିମ୍ ପ୍ରାୟ ୩ ମାସ ହେବ ଅନୁସନ୍ଧାନରେ ଥିଲେ । ସେମାନେ ସମସ୍ତ ତଥ୍ୟ ପାଇବା ପରେ ବାଲେଶ୍ବର ସହଦେବଖୁଣ୍ଟା ପୋଲିସକୁ ଜଣାଇଥିଲେ । ହେଲେ ସେଠାରେ କାମ କରୁଥିବା କର୍ମଚାରୀ ଏହାକୁ ମାନିବାକୁ ନାରାଜ।

{"id":135371}

ସହଦେବଖୁଣ୍ଟା ପୋଲିସ କମ୍ପାନୀର କର୍ମଚାରୀଙ୍କଠାରୁ ସମସ୍ତ ସନ୍ଧାନ ପାଇ ଅଡ଼ର୍ର ବଜାରର ସେହି ଘର ଉପରେ ଚଡ଼।ଉ କରିଥିଲେ । ସେଠାରେ କାମ କରୁଥିବା ଦୁଇ ଜଣ ଯୁବକ ଉସୁଫ ଖାଁ ଓ ତାର ଭାଇ ଇରିସାଦ ଖାଁକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

{"id":135372}

ସେଠାରୁ ପୋଲିସ ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କର ଡ଼ୁପ୍ଲିକେଟ୍ ମୋବିଲ, କିରୋସିନ, ଡ଼ବା, ବିଭିନ୍ନ କମ୍ପାନୀର ଷ୍ଟିକର ଜବତ କରିଛି। ପୋଲିସ ଘଟମାର ଅଧିକ ତଦନ୍ତ ଜାରି ରଖିଛି । ପ୍ରାୟ ୨୫ବର୍ଷ ହେବ ଏଠାରେ ବ୍ୟବସାୟ ହୋଇ ଆସୁଥିବା ଜଣାପଡିଛି । ଏହି ର୍ୟାକେଟ୍ ସହ ଆଉ କେଉଁମାନେ ଅଛନ୍ତି ତାହା ଉପରେ ପୋଲିସ ନଜର ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.