କଳାହାଣ୍ଡି ଲାଞ୍ଜିଗଡରେ ନକଲି ମାଓବାଦୀ ଗିରଫ ; ସହଯୋଗୀ ଫେରାର
7/11/2018 at 9:37 AM

କଳାହାଣ୍ଡି ୭|୧୧: ନକଲି ମାଓବାଦୀ ଗିରଫ, ସହଯୋଗୀ ଫେରାର । ଲାଞ୍ଜିଗଡ ବ୍ଲକ ରେ ମାଓବାଦୀ ନାଁ ରେ ଠିକାଦାର, ଅଫିସର, ନେତା, ଯନ୍ତ୍ରୀଙ୍କୁ ଧମକ ଦେଇ ଟଙ୍କା ଆଦାୟ କରୁଥିଲେ । ଗିରଫ ଯୁବକ ରାୟଗଡା ଜିଲ୍ଲା ଶେଷଖାଲ ଇରୁକୁବାଡି ଗାଁର ଗୋପାଲ ମାଣ୍ଡିଆ ସାହୁ । ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷଙ୍କୁ ମାଓବାଦୀ ସଂଗଠନ କୁ ଚାନ୍ଦା ନ ଦଲେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଫୋନରେ ଧମକ ଦେଇଆସୁଥିଲେ । ତାଙ୍କ ଏତଲା ଆଧାର ରେ ବିଶ୍ବନାଥପୁର ପୋଲିସ ମୋବାଇଲ ଟ୍ରାକିଂ କରି ମାଣ୍ଡିଆଙ୍କୁ ଗିରଫ କରିଛି । ଏହି ମାମଲାରେ ଲାଞ୍ଜିଗଡ଼ର ନକୁଳ ତିହାଡି ଫେରାର ଅଛି । ମାଓବାଦୀ ନାଁରେ ଏମାନେ ଅନେକ ଠିକାଦାର ଓ ଅଫିସରଙ୍କଠାରୁ ଟଙ୍କା ଆଦାୟ କରିଥିବା ଗିରଫ ଗୋପାଲ ସ୍ବୀକାର କରିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023