scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭକ୍ତଙ୍କ ଭାବାବେଗ ସହ ଖେଳ ! ମହାପ୍ରଭୁଙ୍କ ଅବଢା ନାଁରେ ବିକିଲେ ନକଲି ପ୍ରସାଦ

16/06/2023 at 3:10 PM

ପୁରୀ ୧୬।୬: ଭକ୍ତଙ୍କ ବିଶ୍ୱାସ ସହିତ ଖେଳ । ମହାପ୍ରଭୁଙ୍କ ଅବଢ଼ା ନାଁରେ ନକଲି ଅବଢ଼ା ବିକ୍ରି ଅଭିଯୋଗ । ପୁରୀ ଲୋକନାଥ ରୋଡ଼ ପାଇକ ସାହିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ ।‌ ଏକ ଅସ୍ଥାୟୀ ଟେଣ୍ଟରେ ଅନ୍ନ, ଡ଼ାଲି, ବେସର, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତି କରାଯାଉଥିବା ଦେଖିବାକୁ ମିଳିଛି । ଏହାକୁ ଭକ୍ତଙ୍କ ନିକଟକୁ ବିକ୍ରି ପାଇଁ ପ୍ରସ୍ତୁତ ହୋଇଥିବା ଅଭିଯୋଗ ହୋଇଛି ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଣସର ଚାଲିଥିବା ବେଳେ ମନ୍ଦିରରେ ମହାପ୍ରସାଦ ମିଳୁନଥିବା ଭକ୍ତମାନଙ୍କୁ କୁହାଯାଉଛି । ଅନେକ ଭକ୍ତ ଏ ନେଇ କିଛି ଜାଣି ନଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟକ୍ତି । କିଛି ଅସାଧୁ ବ୍ୟକ୍ତି ସେବାୟତଙ୍କ ସହ ମିଶି ବାହାରେ ଅନ୍ନ, ଡ଼ାଲି, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରି ବିକ୍ରି ପାଇଁ ବ୍ୟବସ୍ଥା କରିଥିବା ଅଭିଯୋଗ ହୋଇଛି । ତେବେ ଆମ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ରୋଷେଇ କରୁଥିବା ବ୍ୟକ୍ତିମାନେ ଛତ୍ରଭଙ୍ଗ ଦେଇଥିଲେ ।

ତେବେ ଏପରି ନକଲି ଅବଢା ଅଥବା ଟବ୍‌ରେ ତିଆରି ହୋଇ କୁଡୁଆରେ ସଜ୍ଜା ପ୍ରସାଦ ନେଇ ଚିନ୍ତା ପ୍ରକଟ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବଚନ୍ଦ୍ର ମହାପାତ୍ର । ସେ କହିଛନ୍ତି, ଏପରି ମହାପ୍ରସାଦକୁ ସୁଆର ନିଯୋଗ ଦ୍ରୁଢ ଭାବେ ବିରୋଧ କରିବା ଉଚିତ । ଏପରି କରାଯାଇ ଭକ୍ତଙ୍କ ଭାବ ଓ ବିଶ୍ବାସର ସହ ଖେଳୁଥିବା ଅସାଧୁଙ୍କୁ ବିରୋଧ କରାଯାଉ । ମନ୍ଦିରର ଅବଢା ବାହରିବାରେ ବିଳମ୍ବକୁ ଦେଖି ପ୍ରସାଦର ବ୍ୟବସାୟୀକରଣକୁ ଆମେ ବିରୋଧ କରୁଛୁ । ଖଜା ତିଆରି ଓ ବିକ୍ରି ମଧ୍ୟ ସେପରି ବ୍ୟବସାୟୀକରଣ କରାଯାଉଛି । ତାହା ଗ୍ରହଣୀୟ ନୁହେଁ । ତାହା ଦାଣ୍ଡରେ ହାଟରେ ଗଡିଲାଣି । ତେଣୁ ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କୁ ଓ ସୁଆର ନିଯୋଗ ସମ୍ପାଦକ-ସଭାପତିଙ୍କୁ ଏ ଦିଗରେ ଅବଗତ ହୋଇତାହାର ବିରୋଧ କରିବାକୁ ଦାବି କରିବା ସହ ଏହାକୁ ରୋକିବାକୁ ପରିଚାଳନା କମିଟି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମାଧବଚନ୍ଦ୍ର ମହାପାତ୍ର ।

ଅନ୍ୟପକ୍ଷରେ ଏପରି ପ୍ରସାଦ ତିଆରି କରି କୁଡୁଆରେ ସଜେଇ ରଖିଥିବା ଜଣେ ବ୍ୟକ୍ତି କହିଛନ୍ତି ଏହା ଅବଢା ନୁହେଁ, ଶୁଦ୍ଧିଘର ପାଇଁ ଟବ୍‌ରେ ରାନ୍ଧି କୁଡୁଆରେ ରଖିଥିଲେ । କିନ୍ତୁ ସେ କହୁ କହୁ ଆଉ କିଛି କହିଲେ ଯାହା ସନ୍ଦେହ ସୃଷ୍ଟି କରିଛି । ସେ କହିଛନ୍ତି, ଏଇଠି ନୁହେଁ ସବୁଠି, ଗୁଣ୍ଡିଚାଘର ପାଖରେ, ନୃସିଂହନାଥ ପାଖରେ, ସିଙ୍ଗଡାରେ ଏମିତି ହୋଇଛି । ଯାହାକି ଅଧିକ ସନ୍ଦେହ ସୃଷ୍ଟି କରିଛି । କିନ୍ତୁ କୁଡୁଆରେ ସଜା ହୋଇଥିବା ଅନ୍ନ-ଡାଲିର ଚିତ୍ର ସନ୍ଦେହକୁ ଅଧିକ ଦୃଢ କରିଛି ଏହା ନିଶ୍ଚିତ । ଅପେକ୍ଷା ସତ କଣ ଓ କାର୍ଯ୍ୟାନୁଷ୍ଠାନ ଜାରି ।

You Can Read :

   Related Posts