ଗିରଫ ଅଭିଯୁକ୍ତଙ୍କ ବିସ୍ଫୋରକ ବୟାନ, ଅସଲି ଟଙ୍କା ନେଇ ନକଲି ମଦ ଦେଉଥିଲେ ହୋଟେଲ ମାଲିକ

Published By : Prameya-News7 Bureau | December 07, 2022 IST

ଭଦ୍ରକ ୦୭/୧୨: ବିପୁଳ ପରିମାଣର ନକଲି ମଦ ଜବତ ଘଟଣାରେ ନୂଆ ମୋଡ଼ । ଜଣେ ହୋଟେଲ ମାଲିକ ଟଙ୍କା ନେଇ ନକଲି ମଦ ଯୋଗାଉଥିବା କହିଲେ ଅଭିଯୁକ୍ତ ମଦ ବେପାରୀ । ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ଠାରେ ଏହି ନକଲି ମଦ ବିକ୍ରୀ ହେଉଥିଲା । ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାର୍ଡ ପେଟ୍ରୋଲିଂ ସମୟରେ ନକଲି ମଦ ଚାଲାଣ ନେଇ ଖବର ପାଇଥିଲା ।

ଏହି ସମୟରେ ସହଦେଵ ପୃଷ୍ଟି ନାମକ ବ୍ୟକ୍ତି ପ୍ଲାଷ୍ଟିକ ବୋତଲରେ ନକଲି ମଦ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ କର୍ମଚାରୀଙ୍କୁ ଦେଖି ମଦ ଛାଡି ପଳାଇଥିଲା । ପରେ ସଂପୃକ୍ତ ବ୍ୟକ୍ତିଙ୍କ ଠିକଣାରୁ ନକଲି ମଦ ସହ ମଦ ବୋତଲ ଓ ଅନ୍ୟ କେତେକ ସାମଗ୍ରୀ ଜବତ ହୋଇଛି । ତେବେ ବିଳମ୍ବିତ ରାତିରେ ଫେରାର ସହଦେଵ ପୃଷ୍ଟିକୁ ଆରଡ଼ି ଛକ ରୁ ଗିରଫ କରିଛି ଅବକାରୀ ବିଭାଗ ।

ତେବେ ଗିରଫ ଅଭିଯୁକ୍ତ କହିଛି ଯେ ତାକୁ ଟଙ୍କା ନେଇ ଶ୍ୟାମ ନାରାୟଣ ଗୁପ୍ତା ନାମକ ହୋଟେଲ ବ୍ୟବସାୟୀ ନକଲି ମଦ ଯୋଗାଉଥିଲେ । ସରକାରୀ ଧାର୍ଯ୍ୟ ମୂଲ୍ୟ ରେ ଟଙ୍କା ନେଉଥିଲେ । ଦିନକ ପରେ ୫ ରୁ ୬ ହଜାର ଟଙ୍କାର ନକଲି ମଦ ବେପାର କରୁଥିଲା ସହଦେଵ । ଏବେ ଅବକାରୀ ବିଭାଗ ସମ୍ମୁଖ ରେ ସତ ସ୍ୱୀକାର କରିଛି । ତେବେ ସମ୍ପୃକ୍ତ ହୋଟେଲ ମାଲିକ ଙ୍କୁ ଖୋଜୁଛି ଅବକାରୀ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.