କାରରେ ଚାଲାଣ ହେଉଥିଲା ନକଲି ଜର୍ଦ୍ଦା, ଧରିଲା ପୋଲିସ, ଅଭିଯୁକ୍ତ ଫେରାର

Published By : Prameya-News7 Bureau | August 24, 2020 IST

ଭଦ୍ରକ, ୨୪|୦୮: ବେଧଡକ ଚାଲିଛି ନକଲି ଜର୍ଦ୍ଦା କାରବାର । ଲଗାତାର ଚଢାଉ ପରେ ବି ବନ୍ଦ ହେଉନି ନକଲି ଜର୍ଦ୍ଦା କାରବାର ।  ଏହି କାରବାରକୁ ବନ୍ଦ କରିଵାକୁ ଭଦ୍ରକ ପୋଲିସ ଚଢ଼ାଉ ଜୋରଦାର କରୁଛି । ଏହି ରାକେଟ ଧରିବାକୁ ଭଦ୍ରକ ପୋଲିସ ଜାଲ ବିଛାଉଛି ।  ଏହି ଜାଲରେ ପ୍ରତିଦିନ ଫସୁଛନ୍ତି ନକଲି ଜର୍ଦ୍ଦା ବେପାରୀ ।ଧରାଯାଉଛି ଲକ୍ଷାଧିକ ଟଙ୍କାର ଜର୍ଦ୍ଦା  ଓ ଗାଡି । 

ସୋମବାର ଗ୍ରାମାଞ୍ଚଳ ପୋଲିସ ସୁଇଫ୍ଟ କାରରେ ନକଲି ଜର୍ଦ୍ଦା ଚାଲାଣ ହେଉଥିବା ବେଳେ ଧରିଛି । ଅର୍ଣ୍ଣପାଳ ଗଜେନ୍ଦ୍ରପୁର ନିକଟରେ ଗାଡିକୁ ଧରିଛି ପୋଲିସ । ଜର୍ଦ୍ଦା ବୋଝେଇ  ଓଡି୨୨ଏମ-୯୭୩ ନମ୍ବର ଥିବା ସୁଇଫ୍ଟ କାରକୁ ଜବତ ମଧ୍ୟ କରାଯାଇଛି । ପୋଲିସକୁ ଦେଖି କାରରେ ଥିବା ଡ୍ରାଇଭର ଓ ସହଯୋଗୀ ମାନେ ଫେରାର ହୋଇଯାଇଥିବାର ସୁଚନା ମିଳିଛି ।

ତେବେ ପୋଲିସ କାରକୁ ଥାନାକୁ ଅଣିବା ସହିତ କାରରେ ଥିବା ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ କରିଛି  । ଏହାସହ  ଫେରାର ହୋଇଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.