ସରକାରୀ ସୁବିଧା ହାତେଇବା ପାଇଁ ମାତିଛନ୍ତି ନକଲି ଚାଷୀ, ପଢନ୍ତୁ ଗଂଜାମ ଜିଲ୍ଲାରୁ ଗୋଟିଏ କେସ୍ ଷ୍ଟଡି…

Published By : Prameya-News7 Bureau | September 12, 2019 IST

ବ୍ରହ୍ମପୁର ୧୨|୯: ସରକାରଙ୍କ ଯୋଜନାର ସୁଫଳ ପାଉଛନ୍ତି ଚାଷୀ । ସେକଥା ଠିକ୍‌ । ହେଲେ ସୁଫଳ ପାଉଥିବା ସମସ୍ତ ବ୍ୟକ୍ତିମାନେ ଯେ ପ୍ରକୃତରେ ଚାଷୀ, ସେକଥାକୁ ସେକଥାକୁ ଠିକ୍‌ ବୋଲି କହିହେବନାହିଁ । କାରଣ କିଛି ଲୋକ ବିଭିନ୍ନ ପ୍ରକାର ଜାଲିଆତି କରି ସରକାରୀ ଯୋଜନାକୁ ଚାଷୀ ନାଁରେ ହରିଲୁଟ୍‌ କରୁଛନ୍ତି । ଏମିତି ଗୋଟେ ସାଂଘାତିକ ତଥ୍ୟ ଆସିଛି ଗଞ୍ଜାମ ଜିଲ୍ଲାରୁ ।

{"id":156722}

ଚାଷୀ ସରକାରୀ ଯୋଜନାରୁ ଲାଭବାନ ହେଉଛନ୍ତି ଏକଥାକୁକେହି ଅସ୍ବିକାର କରୁନାହାନ୍ତି । ହେଲେ ଅନେକ ଯାଗାରେ ଏବେ ବି ଚାଷୀ ସରକାରୀ ଯୋଜନାରୁ ବଞ୍ଚିତ ଅଛନ୍ତି । ହେଲେ ସେଇ ଯାଗାରେ ଏମିତି ବି ଲୋକ ଅଛନ୍ତି ଯିଏ ପାହାଡ଼, ପର୍ବତ, ନାଳ କିଶମ ଜମିକୁ ଚାଷଜମି ଦର୍ଶାଇ ଚାଷୀର ହକ୍‌ ଲୁଟ୍‌ କରୁଛନ୍ତି । ଏମିତି ଗୋଟେ ସାଂଘାତିକ ତଥ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ ।

{"id":156723}

Food Odisha Portal Website ରେ ୨୦୧୯-୧୯ ବର୍ଷର ଏ ତାଲିକା ଉପରେ ନଜର ପକାଇଲେ ସବୁ ସ୍ପଷ୍ଟ ହୋଇଯିବ । ଏଠି ଟୁଟୁ ପାଢ଼ୀଙ୍କ ନାଁରେ ଯେଉଁ ଚାଷୀ ନିଜ ନାମ ପଞ୍ଜୀକରଣ କରିଛନ୍ତି ତାଙ୍କର ଜମି କିଶମ ଉପରେ ଟିକେ ନଜର ପକାଇବା କଥା । ଏଠି ‘ନାଳ’ ବୋଲି ଲେଖାଯାଇଛି । ସେହିଭଳି ଉଜ୍ଜ୍ବଳ ରାଉତଙ୍କ ଜମି କିଶମ ହେଉଛି ପର୍ବତ । ଅର୍ଥାତ ଏଠି କିଛି ଲୋକ ପାହାଡ଼ ପର୍ବତ ନାଳ କିଶମ ଜମିକୁ ବି ନିଜର ଚାଷ ଜମି ଆଉ ନିଜକୁ ଚାଷୀ ଦର୍ଶାଇ ସରକାରୀ ଯୋଜନାର ଫାଇଦା ଉଠାଇ ଚାଲିଛନ୍ତି ବୋଲି ଅଭିଯୋଗ ହୋଇଛି ।

{"id":156724}

ତେବେ ଓ୍ବେବସାଇଟ୍‌ରେ ଏଭଳି ତଥ୍ୟ ଓ ଚାଷୀଙ୍କ ଅଭିଯୋଗ ଉପରେ ବିଭାଗୀୟ ଅଧିକାରୀ କିନ୍ତୁ ମୁହଁ ଖୋଲିବାକୁ ନାରାଜ୍‌ । ସେପଟେ ଏଭଳି ଘଟଣାରେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କୃଷିମନ୍ତ୍ରୀ । ଆଉ ସମବାୟ ମନ୍ତ୍ରୀଙ୍କ କହିବା କଥା ମିଲ୍‌ ମାଲିକ ଓ ଯୋଗାଣ ବିଭାଗ ପକ୍ଷରୁ ଚାଷୀ ପଞ୍ଜିକରଣରେ ହୋଇଥିବା ଜାଲିଆତିକୁ ବରଦାସ୍ତ କରାଯିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.