ଅବକାରୀ ବିଭାଗକୁ ବଡ ସଫଳତା: ନକଲି କାରଖାନା ଠାବ, ଲକ୍ଷାଧିକ ଟଙ୍କାର ମଦ ଜବତ, ୩ ଗିରଫ

Published By : Prameya-News7 Bureau | December 18, 2020 IST

ସୁନ୍ଦରଗଡ  ୧୮।୧୨: ସୁନ୍ଦରଗଡ ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା। ନକଲି ମଦ ତିଆରି ରାକେଟର ପର୍ଦ୍ଦ।ଫାସ କରିଛି ଅବକାରୀ ବିଭାଗ। ସୁନ୍ଦରଗଡ ସଦର ଅବକାରୀ ରେଜଂର ଖୁଂଟଗାଁ ଓ ପାତିକିଯୋରରେ ସୁନ୍ଦରଗଡ ଅବକାରୀ ବିଭାଗର ଚଢାଉ । ଦୁଇଟି ନକଲି ମଦ କାରଖାନା ଠାବ ସହ ଲକ୍ଷାଧିକ ଟଙ୍କାର ମଦ ଏବଂ ବଟଲିଂ ସାମଗ୍ରୀ ଜବତ। ନକଲି ମଦ କାରଖାନା ଚଳାଉଥିବା ତିନି ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।  

ପୂର୍ବ ସୂଚନାକୁ ଆଧାର କରି ଅବକାରୀ ନିରୀକ୍ଷକ ସତ୍ୟଜିତ ଖଟୁଆଙ୍କ ନେତୃତ୍ବରେ ସଦର ଅବକାରୀ ଦଳ ଖୁଂଟଗାଁ ନିବାସୀ ଅଜିତ ଓରାମଙ୍କ ଘରେ ଚଢଉ କରିଥିଲେ। ସେଠାରେ ତାଙ୍କୁ ଝାରଖଣ୍ଡରୁ ଅଣା ହୋଇଥିବା ଶସ୍ତା ମଦ, ଖାଲି ମଦ ବୋତଲ, ନକଲି ସିଲ ଇତ୍ୟାଦି ମିଳିଥିଲା। ଅଜିତ ଶସ୍ତା ମଦକୁ ମହଂଗା ମଦ ବୋତଲରେ ଭର୍ତି କରି ନକଲି ସିଲ ମାରି ବଜାରରେ ବିକ୍ରୀ କରୁଥିଲା।

ସେହିପରି ଅବକାରୀ ଦଳ ପାତକିଯୋରରେ ରହୁଥିବା ବିହାର ନିବାସୀ ପଙ୍କଜ କୁମାରଙ୍କ ଘରେ ଚଢଉ କରି ସେଠାରୁ ମଧ୍ୟ ନକଲି ମଦ ବଟଲିଂ ସାମଗ୍ରୀ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ମଦକୁ ବଜାରରେ ବିକ୍ରୀ କରୁଥିବା ବନ୍ଧପାଲି ନିବାସୀ ଚୌଧୁରୀ ମୁଣ୍ଡାକୁ ମଧ୍ୟ ଗିରଫ କରା ଯାଇଥିଲା। ଜବତ ସାମଗ୍ରୀର ଅନୁମାନିକ ମୂଲ୍ୟ ପାଖାପାଖି 2 ଲକ୍ଷ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.