ଜଗତପୁରରେ ଅପମିଶ୍ରିତ ଥଣ୍ଡା ପାନୀୟ କାରଖାନା ଠାବ, ସ୍ପ୍ରିଙ୍ଗ ଅପ୍ ବ୍ରାଣ୍ଡ ନାଁରେ ହେଉଥିଲା ପ୍ରସ୍ତୁତି

Published By : Prameya-News7 Bureau | May 27, 2022 IST

କଟକ ୨୭/୦୫: କଟକରେ ପୁଣି ଠାବ ହେଲା ନକଲି ଓ ଅପମିଶ୍ରିତ ଥଣ୍ଡା ପାନୀୟ କାରଖାନା । ଜଗତପୁର ଥାନା ନିକଟ ତରୋଳ ନିକଟରେ ଵିନୋରୀ ଇଣ୍ଡଷ୍ଟ୍ରିଜ୍ ନାଁରେ ଵିନା କୌଣସି ସରକାରୀ ଅନୁମତିରେ ଚାଲିଥିବା ଏକ ଥଣ୍ଡା ପାନୀୟ କାରଖାନା ଉପରେ ଚଢାଉ କରାଯାଇଛି । ଏହି ଚଢାଉରେ ଲକ୍ଷାଧିକ ଟଙ୍କାର ଥଣ୍ଡା ପାନୀୟ, ଖାଲି ଵୋତଲ, କାରଖାନା ଯନ୍ତ୍ରାଂଶ ଓ ପାନୀୟରେ ମିଶାଯାଉଥିଵା ରାସାୟନିକ ପଦାର୍ଥ ଆଦି ଜଵତ୍ କରିଛି ପୋଲିସ ।

wp:gallery {"linkTo":"none"} /wp:gallery

କାରଖାନା ଚଳାଉଥିବା ଵ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ସ୍ପ୍ରିଙ୍ଗ ଅପ୍, କିଡସ୍ ଲିଚି, ଅରେଞ ଆଦି ଵ୍ରାଣ୍ଡ ନାଁରେ ଏହି କାରଖାନାରେ ଥଣ୍ଡା ପାନୀୟ ପ୍ରସ୍ତୁତ ହେଉଥିଲା । ସିଏମସିର କୌଣସି ଅନୁମତି ନଥାଇ ସମ୍ପୂର୍ଣ୍ଣ ଭାଵେ ଵେଆଇନ ଢଙ୍ଗରେ ଏହି ଥଣ୍ଡା ପାନୀୟ କାରଖାନା ଚାଲିଥିଲା ଵୋଲି ସି ଏମ୍ ସି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।କାରଖାନା ଚଲାଉଥିଵା ଜିତେନ୍ଦ୍ର ସାହୁଙ୍କୁ ପୋଲିସ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.