suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ରୋଗୀଙ୍କ ଜୀବନ ସହ ସାଂଘାତିକ ଖେଳ, କଟକରେ ମିଳୁଛି CYRA_Dର ନକଲି ଔଷଧ

13/09/2022 at 12:19 PM

କଟକ ୧୩/୦୯: ସହର ଅସଲି କିନ୍ତୁ ଜିନିଷ ସବୁ ନକଲି । ଖାଇବା ଜିନିଷ ଠାରୁ ଆରମ୍ଭ କରି ସର୍ଫ, ସାବୁନ ସବୁ କିଛି ନକଲି । ଏମିତିକି ଘର ତିଆରି ଜିନିଷ ବି ନକଲି । ଏବେ ଏହି ନକଲି କାରବାର ଆହୁରୀ ସାଂଘାତିକ ହୋଇଛି । ନକଲି ବଜାର ଚଳାଉଥିବା ମାଫିଆମାନେ ଲୋକଙ୍କ ଜୀବନ ସହ ଖେଳ ଖେଳିବା ଆରମ୍ଭ କରିଛନ୍ତି । ରୋଗ ଉପଶମକାରୀ ଔଷଧ ନକଲି । ଗତ କିଛି ଦିନ ଧରି ସାରା ରାଜ୍ୟରେ ଉଚ୍ଚ ରକ୍ତ ଚାପର ନକଲି ଔଷଧ ବିପୁଳ ମାତ୍ରାରେ ଠାବ ପରେ, କଟକରେ ମିଳିଛି ଅଧିକ ବିକ୍ରି ହେଉଥିବା ନକଲି ଗ୍ୟାସଷ୍ଟିକ୍‌ ଔଷଧ ନକଲି ସାଇରା-ଡି। ରୋଗୀଙ୍କ ଜୀବନ ସହ ସାଂଘାତିକ ଖେଳ ଖେଳାଯାଉଥିବାର ଆଉ ଏକ ବଡ଼ ପ୍ରମାଣ । ନକଲି ସାଇରା-ଡି ର ସୁରାକ ମିଳିବା ପରେ କଟକର ବିଭିନ୍ନ ସ୍ଥାନରୁ ସାଇରା-ଡି ସାମ୍ପୁଲ ସଂଗ୍ରହ କରିଛନ୍ତି ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଦ୍ୱାରା ନିୟୋଜତି ଟିମ୍‌ ।

ସୂଚନା ଥାଉକି ଗତ କିଛି ଦିନତଳେ ବିଭିନ୍ନ ମେଡିସିନ ନକଲି ନେଇ ଅଭିଯୋଗ ଆସିବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଟିମ୍ । ମଙ୍ଗଳବାର ପୁଣିଥରେ ଚଢାଉ ପରେ ସାଇରା-ଡି ନକଲି ଥିବା ନେଇ ସ୍ପଷ୍ଟ ହୋଇଛି । ଗତ ଦୁଇ ବର୍ଷ ହେବ କଟକରେ ନକଲି କାରବାର ଚିନ୍ତା ସୃଷ୍ଟି କରିଆସିଛି । ଚା, ତେଲ, ସସ, ଘିଅ, ମସଲା, ଡିଟରଞ୍ଜେଣ୍ଟ ସହ ଅନେକ ଜିନିଷର ନକଲି କାରବାରର ପ୍ରମାଣ ମିଳିଛି। ଦାମୀ ବ୍ରାଣ୍ଡରେ ନକଲି ମାଲ୍‌ ଭର୍ତ୍ତି କରି ସାମନ୍ତରାଳ ଭାବେ ନକଲି ଚଳାଇଛନ୍ତି ଅସାଧୁ ବ୍ୟବସାୟୀ ।

   Related Posts