ନକଲି ଆକ୍ବାଗାର୍ଡ ଗୋଦାମରେ ଚଢାଉ, ଦାମୀ କମ୍ପାନୀର ଲୋଗୋ ଲଗାଇ କରୁଥିଲେ କଳାକାରବାର
22/01/2023 at 1:22 PM

କଟକ ୨୨/୦୧: କଟକ ଵାଦାମଵାଡି ଅଞ୍ଚଳରେ ଥିବା ଏକ ନକଲି ଆକ୍ୱାଗାର୍ଡ ତିଆରି କେନ୍ଦ୍ରରେ ପୋଲିସ ଚଢ଼ଉ କରିଛି। ଵାଦାମଵାଡି ଥାନା ପୋଲିସ ସହ ୟୁରେକାଫର୍ବସ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା । ନକଲି ଆକ୍ୱାଗାର୍ଡ ତିଆରି କରି ବିକ୍ରି କରିବା ଅଭିଯୋଗରେ ପୋଲିସ ଦୁଇ ଜଣ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଚଢ଼ଉରେ ପ୍ରାୟ ୮୦ ଲକ୍ଷ ଟଙ୍କାର ସାମଗ୍ରୀ ଜବତ ହୋଇଛି।
ବାଦାମବାଡି ବିକାଶ ଭବନ ପାଖରେ ଥିବା ଜଗନ୍ନାଥ ଲେନରେ ଏହି ନକଲି ଆକ୍ୱାଗାର୍ଡ ତିଆରି ୟୁନିଟ୍ ଏପରି ନକଲି ଫିଲ୍ଟର ତିଆରି ହେଉଥିଲା। ଵାଦାମଵାଡି ପୋଲିସ ଏହି ୟୁନିଟରେ ଚଢଉ କରିବା ପରେ ୟୁରେକାଫର୍ବସର ଆକ୍ୱାଗାର୍ଡ ବ୍ରାଣ୍ଡର ନକଲି ଓ୍ବାଟର ଫିଲ୍ଟର ଏଠାରେ ତିଆରି କରାଯାଉଥିଲା ବୋଲି ଜଣା ପଡିଛି।
ଦିଲ୍ଲୀରୁ ନକଲି ଆକ୍ୱାଗାର୍ଡ ଯନ୍ତ୍ରାଂଶ, ଷ୍ଟିକର,ହଲୋଗ୍ରାମ ଇଆଦି ଆଣି ଜଗନ୍ନାଥ ଲେନ୍ର ଗୋଟିଏ ଘରେ ଓ୍ବାଟର ଫିଲଟର ଆସେମ୍ବଲିଂ ୟୁନିଟ ହୋଇଥିଲା।ବଜାର ମୂଲ୍ୟଠାରୁ ବହୁ କମ୍ ଟଙ୍କାରେ ଏହି ଓ୍ବାଟର ଫିଲ୍ଟର ଆକୁଆଗାର୍ଡ ବ୍ରାଣ୍ଡ ନାଁରେ ଵିକ୍ରି ହେଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ବାଦାମବାଡ଼ି ପୋଲିସ ଏହି ୟୁନିଟ ସହ ଅନ୍ୟ କେତେକ ସନ୍ଦିଗ୍ଧ ସ୍ଥାନରେ ଚଢ଼ଉ କରିଛି।
ଏହି ଚଢାଉ ବେଳେ ପୋଲିସ ୟୂରେକାଫୋର୍ବସର କୋଲକାତା କାର୍ଯ୍ୟାଳୟରୁ ଉପରିସ୍ଥ ଅଧିକାରୀ ମାନଙ୍କୁ ମଧ୍ୟ ଡକାଇଥିଲା। ୟୁରେକାଫର୍ବସ କର୍ତ୍ତୃପକ୍ଷ ଏଭଳି ୟୁନିଟ ଦେଖି ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗ୍ରାହକମାନେ ୟୁରେକାଫର୍ବସର ଆନୁଷ୍ଠାନିକ ୱେବ୍ସାଇଟ୍ ମାଧ୍ୟମରେ କିଣିଲେ ଅସଲି ଉତ୍ପାଦ ପାଇବେ ବୋଲି ୟୁରେକାଫର୍ବସ କର୍ତ୍ତୃପକ୍ଷ କହିଛନ୍ତି। ଏହା ସହ ଏହି ଅଭିଯୁକ୍ତମାନେ ଦିଲ୍ଲୀର ଯେଉଁ ଯାଗାରୁ ଏହି ଯନ୍ତ୍ରାଂଶ ଆଣୁଥିଲେ ସେଠାରେ ମଧ୍ୟ ଚଢ଼ଉ ହେବ ବୋଲି ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି।