ମେଡି଼କାଲ କଲେଜ୍ରେ ଚାକିରି ନାଁରେ ନକଲି ନିଯୁକ୍ତି ପତ୍ର ଭାଇରାଲ୍; ଥାନାରେ ଅଭିଯୋଗ କଲେ CDMO
29/12/2022 at 5:46 PM

କେନ୍ଦୁଝର ୨୯/୧୨: ଚଳିତ ବର୍ଷ କେନ୍ଦୁଝର ସରକାରୀ ଚିକିତ୍ସା ମହାବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଛି। ସେପଟେ ଏହି କଲେଜରେ କନିଷ୍ଠ କିରାଣି, ଆଟେଣ୍ଡାଣ୍ଟ, ପିଅନ ଏବଂ ଏଏନ୍ଏମ ଆଦି ପଦବୀରେ ନିଯୁକ୍ତି ପାଇଁ ଗୋଟିଏ ନକଲି ନିଯୁକ୍ତି ପତ୍ର ଘୁରି ବୁଲୁଛି। ଏହି ପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଠାରୁ ମେଡ଼ିକାଲ କଲେଜ ଡିନ୍ଙ୍କ ପାଖକୁ ଯାଇଛି। ତେବେ ଏହା ନକଲି ବୋଲି ଜଣାପଡିଛି। କାରଣ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦସ୍ତଖତ, ସିଲ୍ ସହ ଲେଟର ପ୍ୟାଡରେ ଏହି ନକଲି ନିଯୁକ୍ତି ଚିଠିଟି ହୋଇଛି। ଏଥିରେ ଚିଠି ନମ୍ବର-୮୧୫୧ ପଡ଼ିଥିବା ବେଳେ ତାରିଖ ୧୮/୧୧/୨୦୨୨ ଦର୍ଶାଯାଇଛି। ଏହି ଚିଠିରେ ଲେଖାଯାଇଛି ଯେ, ଆପଣଙ୍କ ଚିଠି ଅନୁସାରେ ନିମ୍ନଲିଖିତ କର୍ମଚାରୀଙ୍କୁ ମେଡିକାଲ କଲେଜରେ ନିଯୁକ୍ତି ଦିଆଯାଇଛି।
ଏଥିରେ ରାଜଲକ୍ଷ୍ମୀ ମାଝୀ (ଏଏନ୍ଏମ୍), ଗୌରୀ ନାୟକ (ଏଏନ୍ଏମ୍) ଭାବେ ନିଯୁକ୍ତି ପାଇଥିବା ବେଳେ ମାମି ପାତ୍ର, ଦୀପକ କୁମାର ପାତ୍ର, ସ୍ବାଧୀନ ମାଝୀ, ସ୍ବରପ କୁମାର ପତି, ସ୍ନେହଲତା ସାହୁ, ନଲିନୀ କାନ୍ତ ପାତ୍ର, ଦୀପିକ ନାୟକ, ସଞ୍ଜୁକ୍ତା ନାୟକଙ୍କୁ କନିଷ୍ଠ କିରାଣୀ ଏବଂ ତାପସ କୁମାର ମହପାତ୍ର, ଚୈତନ୍ୟ ହେମ୍ବ୍ରମ ଗାୟତ୍ରୀ ନାୟକଙ୍କୁ ଆଟେଣ୍ଟାଣ୍ଡ ସହିତ ଅନୁପମା ନାୟକଙ୍କୁ ପିଅନ ଭାବେ ନିଯୁକ୍ତି ଦିଆଯାଇଥିବା ଉଲ୍ଲେଖ ରହିଛି। କିନ୍ତୁ ବଡ଼କଥା ହେଉଛି ଏହି ଚିଠି ସଂଖ୍ୟା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ହୋଇନଥିବା ବେଳେ ଦସ୍ତଖତ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀଙ୍କର ନୁହେଁ ବୋଲି ଜଣାପଡ଼ିଛି। ଏନେଇ ଟାଉନ ଥାନାରେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଲିଖିତ ଅଭିଯୋଗ କରିଛନ୍ତି। ଏସବୁ ପରେ ମଧ୍ୟ ସେଗ ଗଣମାଧ୍ୟକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ହେଲେ ପୋଲିସ ଅଭିଯୋଗ ପାଇଥିବାରୁ ତଦନ୍ତ କରିବ ବୋଲି କହିଛିନ୍ତି ଟାଉନ ଥାନା ଅଧିକାରିଣୀ କହିଛନ୍ତି।