ସିଲଭର ସିଟିରେ ବଢୁଛି ଭେଜାଲ କାରବାର: ବିପୁଳ ପରିମାଣର ଡିଟରଜେଣ୍ଟ ଜବତ , ଜଣେ ଅଟକ

Published By : Prameya-News7 Bureau | April 19, 2022 IST

କଟକ ୧୯/୦୪: ନକଲି ସହର ପାଲଟିଛି କଟକ । ୫୨ ବଜାର ୫୩ ଗଳିର ଏହି ସହରରେ ବଢିବାରେ ଲାଗିଛି ଭେଜାଲ କାରବାର । ଲକଲି ଗୁଟଖା, ଚା, ମସଲା ଗୁଣ୍ଡ, ଘିଅ ପରେ ଏବେ ଜବତ ହୋଇଛି ନକଲି ଡିଟରଜେଣ୍ଟ ପାଉଡର ।

ବିପୁଳ ପରିମାଣର ଡିଟରଜେଣ୍ଟ ପାଉଡର ଜବତ କରିଛି ପୋଲିସ । ଜବତ ଡିଟରଜେଣ୍ଟର ପରିମାଣ ୧୫୪୦ କିଲୋଗ୍ରାମ ବୋଲି ସୂଚନା ରହିଛି । ଟାଙ୍ଗି ଓ ମାହାଙ୍ଗା ଅଞ୍ଚଳରେ ମାଲଗୋଦାମ ଥାନା ପୋଲିସର ଚଢାଉ କରିବା ପରେ ଜବତ ହୋଇଛି ।

ଏହାସହ ଡିଟରଜେଣ୍ଟ ତିଆରି ମେସିନ୍, ଡିଟରଜେଣ୍ଟ ତିଆରି ପାଇଁ ରଖାଯାଇଥିବା ୧୮୦୦ କେଜିର କଞ୍ଚାମାଲ୍ ବି ଜବତ ହୋଇଛି । ତେବେ ଅଭିଜିତ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.