ନକଲି ନୋଟ୍ ଜବତ କଲା ଏସଟିଏଫ; ଜଣେ ଅଭିଯୁକ୍ତ ଗିରଫ
17/12/2022 at 6:56 PM

ଢେଙ୍କାନାଳ I ଦେବଗଡ଼ ୧୭/୧୨: ନକଲି ଟଙ୍କା ନୋଟ୍ ନେବାବେଳେ ଜଣେ ଅଭିଯୁକ୍ତକୁ ଏସଟିଏଫ କାବୁ କରିଛି। ସମ୍ପୃକ୍ତ ଯୁବକ ଠାରୁ ୧ଲକ୍ଷ ୯୦ହଜାର ୬୦୦ ଟଙ୍କାର ନକଲି ନୋଟ୍ ଜବତ ହୋଇଛି। ଗିରଫ ଅଭିଯୁକ୍ତ ଯୁବକର ପରିଚୟ ତୁଷାର ବିଶ୍ୱାଳ। ସେ ଦେବଗଡ଼ ଜିଲ୍ଲାର ବାସିନ୍ଦା। ଭାପୁର ରଥପଡ଼ା ସମ୍ପୃକ୍ତ ଯୁବକଙ୍କୁ ପାଖରୁ ଏସଟିଏଫ ଗୋଟିଏ ବାଇକ ଜବତ କରିଛି। ଏସଟିଏଫ ଅଭିଯୁକ୍ତକୁ ପୋଲିସକୁ ହସ୍ତାନ୍ତର କରିବା ପରେ ସଦର ଥାନା ପୋଲିସର ଏକ ଦଳ ଦେଓଗଡ଼ ଯାଇ ତଦନ୍ତ କରୁଛି।