scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଡିସେମ୍ବର ୨୨ରେ ରିଲିଜ୍ ହେବ ନାହିଁ ‘ଡଙ୍କି’, ନୂତନ ତାରିଖ ଜଣାଇଲେ ରାଜକୁମାର ହିରାନୀ

21/11/2023 at 7:01 PM

ମୁମ୍ବାଇ: ‘ପଠାନ’ ଓ ‘ଜବାନ’ ପରେ ଶାହରୁଖଙ୍କ ଚଳିତ ବର୍ଷର ତୃତୀୟ ଫିଲ୍ମ ‘ଡଙ୍କି’କୁ ପ୍ରଶଂସକ ଅପେକ୍ଷା କରି ରହିଛନ୍ତି। ଫିଲ୍ମକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଏହାର ରିଲିଜ୍ ତାରିଖକୁ ନେଇ ଦ୍ଵନ୍ଦ୍ଵ ଉପୁଜିଥିଲା। ପ୍ରଥମେ ଖବର ଆସିଥିଲା ଯେ, ଡିସେମ୍ବର ୨୨ରେ ଫିଲ୍ମ ସିନେମାଘରେ ରିଲିଜ୍ ହେବ ଏବଂ ବିଦେଶରେ ଏହା ନଭେମ୍ବର ୨୧ରେ ପରଦାକୁ ଆସିବ। ତେବେ ମଙ୍ଗଳବାର ସନ୍ଧ୍ୟାରେ ରାଜକୁମାର ହିରାନୀ ନୂତନ ପୋଷ୍ଟର ସହ ସ୍ପଷ୍ଟ କରିଛନ୍ତି ଯେ, ଓ୍ଵାର୍ଲ୍ଡଓ୍ଵାଇଡ୍ ଡିସେମ୍ବର ୨୧ରେ ଡଙ୍କି ପ୍ରେକ୍ଷାଳୟକୁ ଆସିବ।

ଅଧିକ ପଢନ୍ତୁ- ଅନୁଷ୍କା-ଆଥିଆଙ୍କ ଉପରେ କମେଣ୍ଟ କରିବା ପଡିଲା ମହଙ୍ଗା, ହରଭଜନଙ୍କୁ ପ୍ରଶଂସକ କହିଲେ-ତୁରନ୍ତ କ୍ଷମା ମାଗ

ଫିଲ୍ମର ଟିଜର ‘ଡଙ୍କି ଡପ୍ ୧’ର ନାମରେ ପ୍ରଥମେ ରିଲିଜ୍ କରାଯାଇଥିଲା। ଏବେ ପ୍ରଶଂସକଙ୍କୁ ଡବଲ୍ ସରପ୍ରାଇଜ୍ ମିଳିବାକୁ ଯାଉଛି। ବୁଧବାର ‘ଡଙ୍କି ଡପ୍ ୨’ ଓ ଗୀତ ‘ଲୁଟ୍ ପୁଟ୍ ଗୟା’ ଲଞ୍ଚ୍ କରାଯିବ। ଏହା ହେଉଛି ଫିଲ୍ମର ପ୍ରଥମ ଗୀତ। ନିର୍ଦ୍ଦେଶକ ରାଜକୁମାର ହିରାନୀ ଏହାର ପୋଷ୍ଟର ସେୟାର କରି ଏକ୍ସରେ ଲେଖିଛନ୍ତି, ଯେବେ  ହାର୍ଡି ମନୁ ଆଡ଼କୁ ଚାହୁଁଛି ତେବେ କେବଳ ଭଲ ପାଇବା ଦେଖିବାକୁ ମିଳୁଛି। ଡଙ୍କି ଡ୍ରପ୍-୨ ଲୁଟ୍ ପୁଟ୍ ଗୀତ କାଲି ଆସିବ। ୨୦୨୩ ଡିସେମ୍ବର ୨୧ ତାରିଖରେ ବିଶ୍ଵବ୍ୟାପୀ ସିନେମାଘରେ ଡଙ୍କି ରିଲିଜ୍ ହେବ।

ଫିଲ୍ମ ‘ଡଙ୍କି’ରେ ଶାହରୁଖ ଓ ତାପସୀଙ୍କ ସହ ବୋମନ ଇରାନୀ, ଭିକି କୌଶଲ, ବିକ୍ରମ କୋଚର ଓ ଅନିଲ ଗ୍ରୋଭର ଅଭିନୟ କରିଛନ୍ତି। ଫିଲ୍ମକୁ ଜିଓ ଷ୍ଟୁଡିଓଜ, ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଓ ରାଜକୁମାର ହିରାନୀ ପ୍ରସ୍ତୁତ କରିଛନ୍ତି। ଫିଲ୍ମର ନିର୍ମାତା ହେଉଛନ୍ତି ରାଜକୁମାର ହିରାନୀ ଓ ଗୌରୀ ଖାନ। ଏହାର ରଚନା କରିଛନ୍ତି ଅଭିଜାତ ଯୋଶୀ, ରାଜକୁମାର ହିରାନୀ ଓ କନିକା ଢିଲ୍ଲନ।

   Related Posts