scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦର୍ଶକଙ୍କ ହୃଦୟ ଜିତିଲା ‘ଡଙ୍କି’ର ଟ୍ରେଲର, ଶାହରୁଖଙ୍କୁ ମିଳୁଛି ଖୁବ୍‌ ପ୍ରଶଂସା

6/12/2023 at 9:11 AM

ମୁମ୍ଵାଇ ୦୬।୧୨: ବଲିଉଡ ବାଦଶାହ ଶାହାରୁଖ ଖାନ। ତାଙ୍କର ବହୁ ପ୍ରତିକ୍ଷୀତ ଫିଲ୍ମ ‘ଡଙ୍କି’ର ଟ୍ରେଲର ରିଲିଜ୍ ହୋଇଛି । ପୂର୍ବରୁ ଦୁଇଟି ଗୀତ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ମଙ୍ଗଳବାର ଅର୍ଥାତ୍‌ ୫ ତାରିଖ ଦିନ ଫିଲ୍ମର ଟ୍ରେଲର ସାମ୍ନାକୁ ଆସିଥିଲା । ଗୋଟିଏ ବର୍ଷରେ ଶାହରୁଖ୍‌ ‘ପଠାନ’ ଓ ‘ଜୱାନ’  ଭଳି ବ୍ଲକବଷ୍ଟର ଫିଲ୍ମ ଦେଇ ଦର୍ଶକଙ୍କୁ ଦିୱାନା କରିଚନ୍ତି । ଏବେ କିଙ୍ଗ ଖାନ ପୁଣିଥରେ ‘ଡଙ୍କି’ ଜରିଆରେ ବଡ଼ ପରଦାକୁ କମ୍‌ବ୍ୟାକ୍‌ କରୁଛନ୍ତି ।

ଫିଲ୍ମରେ ଅଭିନୟ ଦେଖି ଦର୍ଶକ ବେଶ୍‌ ପ୍ରଶଂସା କରୁଛନ୍ତି। ତାଙ୍କ ଚତ୍ମକାର ଡାଏଲଗ ଶୁଣି ଦର୍ଶକଙ୍କ ଆଗ୍ରହ ବଢିବାରେ ଲାଗିଛିତେବେ ୩ମିନିଟ୍ ୨ସେକେଣ୍ଡର ଟ୍ରେଲରରେ ଶାହାରୁଖ ଫିଲ୍ମର କାହାଣୀକୁ ଦର୍ଶାଇଛନ୍ତି । ୧୯୯୫ ମସିହାରେ ପଞ୍ଜାବର ଲାଲଟୁ ସହରରୁ ୫ଜଣ ସାଙ୍ଗଙ୍କ ମଧ୍ୟରେ ଗଢି ଉଠିଥିବା ବନ୍ଧୁତାର ସମ୍ପର୍କ ଆଗକୁ ବଢିଛି ତାହାକୁ ଫିଲ୍ମ ମାଧ୍ୟମରେ ଦର୍ଶାଯାଇଛି ।

ଶାହାରୁଖଙ୍କ ବ୍ୟତୀତ ଏହି ଫିଲ୍ମରେ ଭିକି କୌଶଲ, ତାପସୀ ପନ୍ନୁ, ବୋମାନ ଇରାନୀ, ବିକ୍ରମ କୋଚର, ସୁନୀଲ ଗ୍ରୋଭର ମୁଖ୍ୟ ଭୂମିକାରେ ନଜର ଆସିବେ । କମେଡି, ଏବଂ ଫ୍ୟାମିଲି ଡ୍ରାମାକୁ ନେଇ ପ୍ରସ୍ତୁତ ହୋଇଥିବା ଫିଲ୍ମର କାହାଣୀକୁ ଦର୍ଶକ ବେଶ ପସନ୍ଦ କରିବେ । ପ୍ରଥମ ଥର ପାଇଁ ଶାହାରୁଖ ବଲିଉଡ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଏକାଠି କାମ କରିଛନ୍ତି। ଡିସେମ୍ବର ୨୨ରେ ବଡ଼ ପରଦାରେ ରିଲିଜ ହେବ ଫିଲ୍ମ ଡଙ୍କି । ସେହିଦିନ ‘ଡଙ୍କି’କୁ ଟକ୍କର ଦେବ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ସାଲାର’ ।

   Related Posts