ବାଲିମେଳା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ଜଣେ ନିଖୋଜ, ପ୍ରବଳ ବର୍ଷା ପବନ ହେତୁ ଭାରସାମ୍ୟ ହରାଇ ଓଲଟିଲା
25/05/2023 at 8:32 AM

ଚିତ୍ରକୋଣ୍ଡା ୨୫/୦୫: ବାଲିମେଳା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ଜଣେ ନିଖୋଜ । ତେବେ ଏଥିରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯଇଥିବା ସୂଚନା । ନିଖୋଜ ବ୍ୟକ୍ତି ଡାଇକ-୩ ଗ୍ରାମର କୃପା ବେନିଆ ବୋଲି ଜଣାପଡିଛି । ଏବେବେ ସେଠାରେ ଗ୍ରାମ ବାସୀଙ୍କ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରିରହିଛି ।
ସୂଚନା ଥାଉକି, ବାଲିମେଳା ଜଳ ଭଣ୍ଡାରରେ ମାଛ ଧରିବାକୁ ଯାଇ ଡଙ୍ଗା ବୁଡ଼ି ଜଣେ ନିଖୋଜ ଦୁଇ ଉଦ୍ଧାର । ନାକାମାମୁଡି ପଞ୍ଚାୟତ ଅନ୍ତର୍ଗତ ଡାଇକ-୩ ଗ୍ରାମର ୩ ଜଣ ମାଛ ଧରିବାକୁ ବାଲିମେଳା ଜଳ ଭଣ୍ଡାରରେ ଯାଇଥିଲେ । ହେଲେ ମଝୀ ନଦୀରେ ପବନ ଓ ବର୍ଷା ପ୍ରବଳ ବେଗରେ ହେବା ଦ୍ଵାରା ଦେଶୀ ଡଙ୍ଗାଟି ଭାରସାମ୍ୟ ହରେଇ ସିଙ୍ଗାରାମ ନିକଟରେ ଓଲଟି ପଡିଥିଲା । ଦୁଇ ଜଣ ପହଁରି କୂଳରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜଣେ ନିଖୋଜ ଅଛି।