କେରେଡା ଗଡ଼ ନିକଟରେ ବୁଡିଲା ଯାତ୍ରିବାହୀ ଡ଼ଙ୍ଗା, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | February 08, 2023 IST

କେନ୍ଦ୍ରାପଡା ୦୮/୦୨: କେନ୍ଦ୍ରାପଡା ରାଜନଗର କେରେଡା ଗଡ଼ ନିକଟରେ ଯାତ୍ରୀବାହୀ ଡ଼ଙ୍ଗା ଦୁର୍ଘଟଣା । ବ୍ରାହ୍ମଣୀ ସାଖା ନଦୀରେ ବୁଡିଛି ଯାତ୍ରିବାହୀ ଡ଼ଙ୍ଗା ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଏକମାଣିଆକୁ ଯାଉଥିବା ବେଳେ ଯାତ୍ରିବାହୀ ଡ଼ଙ୍ଗାଟି ବୁଡ଼ିଥିଲା । ଡଙ୍ଗାରେ ଏକାଧିକ ଯାତ୍ରୀ ଯାଉଥିଲେ । ତେବେ ଅନେକ ଯାତ୍ରୀ ଉଦ୍ଧାର କରାଯାଇଥିବା ସୂଚନା । ଏବେବି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ଥାଉକି, ଆଳି ଏକମାଣିଆକୁ ଯାଉଥିବାବେଳେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟିପଡିଥିଲା । ଡଙ୍ଗାରେ ଏତେସଂଖ୍ୟକ ଯାତ୍ରୀଙ୍କ ସହ ବାଇକ, ସାଇକେଲ ସବୁ ଥିବାରୁ ଏପରି ଅଘଟଣ ଗଟିଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.