ୟୁପି ହାଥରସରେ କାଉଡିଆଙ୍କ ଉପରେ ଚଢ଼ିଗଲା ଡମ୍ପର, ୭ ମୃତ

Published By : Prameya-News7 Bureau | July 23, 2022 IST

ହାଥରସ ୨୩।୭: ଶ୍ରାବଣ ଜଳାଭିଷେକ ନିମନ୍ତେ ଗଙ୍ଗାନଦୀରୁ ପବିତ୍ର ପାଣି ଉଠାଇ ଯାଉଥିବା କାଉଡିଆଙ୍କ ଉପରେ ଡମ୍ପର ମାଡ଼ି ଯାଇଛି। ଦୁର୍ଘଟଣା ଶନିବାର ଭୋର ପ୍ରାୟ ସାଢେ ଗୋଟେ ରାତିରେ ହୋଇଥିବା ବେଳେ ଏଥିରେ ୭ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ କାଉଡିଆମାନେ ଗ୍ୱାଲିୟର ବୋଲି ଚିହ୍ନଟ ହୋଇଛନ୍ତି। ସାଦାବାଦ ମାର୍ଗର ସେଣ୍ଟ ଫ୍ରାନସିସ୍‌ ସ୍କୁଲ ନିକଟରେ ଏହି ଦୁର୍ଘଟଣା ହୋଇଥିଲା।

{"id":660507,"width":841,"height":473,"sizeSlug":"full","linkDestination":"none"}

ଡମ୍ପର ଧକ୍କାରେ ୪ କାଉଡିଆଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ଅନ୍ୟ ୩ ଜଣଙ୍କର ହସ୍ପିଟାଲରେ ଚିକିତ୍ସା ବେଳେ ମୃତ୍ୟୁ ହୋଇଛି। ଆଗ୍ରା ଏଡିଜି ରାଜୀବ କୃଷ୍ଣ ଦୁର୍ଘଟଣା ଘଟାଇଥିବା ଡମ୍ପରର ସୂଚନା ମିଳିଥିବା ଓ ଚାଳକକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି। ଦୁର୍ଘଟଣାର ଶିକାର ସବୁ କାଉଡିଆ ଗ୍ୱାଲିୟର ଜିଲ୍ଲା ଉଟିଲା ଥାନା ବାଙ୍ଗିଖୁର୍ଦର ବାସିନ୍ଦା।

{"id":660510,"width":842,"height":474,"sizeSlug":"full","linkDestination":"none"}

କାଉଡିଆମାନେ ଉତ୍ତରପ୍ରଦେଶ ହରିଦ୍ୱାର ଗଙ୍ଗାରୁ ଜଳ ଉଠାଇ ଗ୍ୱାଲିୟର ଯିବା ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦୁର୍ଘଟଣା ସୂଚନା ପାଇ ଏଡିଜି ଆଗ୍ରା ଜୋନଙ୍କ ସମେତ ଆଲିଗଡ ଆଇଜି ଘଟଣା ସ୍ଥଳକୁ ପହଞ୍ଚିଥିଲେ। ମୃତକଙ୍କ ଚିହ୍ନଟ ହୋଇଛି ସେମାନେ ହେଲେ ବାଙ୍ଗିଖୁର୍ଦର ରାମନାଥ ଉମରଙ୍କ ପୁଅ ନରେଶ, ନତ୍ଥା ସିଂହଙ୍କ ପୁଅ ରମେଶ, ଅମର ସିଂହଙ୍କ ପୁଅ ରଣବୀର ସିଂହ, ସୁଲତାନ ସିଂହଙ୍କ ପୁଅ ଜବର ସିଂହ, ପ୍ରଭୁ ଦୟାଲଙ୍କ ପୁଅ ବିକାଶ ଓ ଅନ୍ୟ ୨ ଜଣକଙ୍କ ପରିଚୟ ମିଳି ନାହିଁ।

{"id":660515,"width":838,"height":479,"sizeSlug":"full","linkDestination":"none"}

ଅନ୍ୟ ଏକ ଘଟଣାରେ ରାଜସ୍ଥାନ-ହରିୟାଣା ବର୍ଡର ଦିଲ୍ଲୀ-ଜୟପୁର ନ୍ୟାସନାଲ ହାଇୱେ-୪୮ରେ ଶନିବାର ହରିଦ୍ୱାରରୁ କାଉଡି ନେଇ ଆସୁଥିବା ୫ ଜଣ କାଉଡିଆଙ୍କୁ ଅଜ୍ଞାତ ବାହନ ଧକ୍କା ଦେଇ ଚାଲିଯାଇଛି। ଏହି ଦୁର୍ଘଟଣାରେ ଜଣେ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। କାଉଡିଆମାନେ ଉତ୍ତରାଖଣ୍ଡର ହରିଦ୍ୱାରରୁ ଜଳଭାର ନେଇ ଆସୁଥିଲେ। ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେବା ପରେ ଆହତ କାଉଡିଆମାନଙ୍କୁ ବହୋରୋଡ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.