oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

କୁତ୍ସିତ ମାନସିକତା : ସ୍ବାମୀଙ୍କୁ ଗଛରେ ବାନ୍ଧିଲେ, ମହିଳାଙ୍କୁ ଗଣଦୁଷ୍କର୍ମ କଲେ ୧୭ ଜଣ ନର ପିଶାଚ

12/12/2020 at 8:31 PM

ରାଞ୍ଚି ୧୨/୧୨ : ଝାରଖଣ୍ଡରେ ମଣିଷ ସମାଜକୁ ଲଜ୍ଜିତ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଡୁମକା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଗଛରେ ବାନ୍ଧି ତାଙ୍କ ପତ୍ନୀଙ୍କୁ ୧୭ ଜଣ ନର ପିଶାଚ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତା ମହିଳାଙ୍କର ୫ ଜଣ ପିଲା ମଧ୍ୟ ଅଛନ୍ତି । ଏହି ଘଟଣା ମଙ୍ଗଳବାର ରାତିରେ ଘଟିଥିବା ସୂଚନା ମିଳିଛି । ପୀଡିତାଙ୍କ ସ୍ବାମୀ ଏ ନେଇ ପୋଲିସରେ ମାମଲା ରୁଜୁ କରିଛନ୍ତି ।

ପୀଡିତାଙ୍କ ସ୍ବାମୀ ପୋଲିସକୁ କହିଛନ୍ତି ଯେ, ମଙ୍ଗଳବାର ରାତିରେ ପତ୍ନୀଙ୍କ ସହିତ ବଜାର ଯାଇଥିଲେ । ରାତି ପ୍ରାୟ ୮ଟା ବେଳେ ସେମାନେ ବଜାରରୁ ଫେରୁଥିଲେ । ରାସ୍ତାରେ ନିଶାସକ୍ତ ଅବସ୍ଥାରେ କିଛି ଲୋକ ​‌ଭେଟ ହୋଇଗଲେ । ସେମାନଙ୍କ ମଧ୍ୟରୁ କିଛି ଲୋକ ପୀଡିତାଙ୍କ ସ୍ବାମୀଙ୍କୁ ବାନ୍ଧି ଦେବା ସହ ମହିଳାଙ୍କୁ ନିକଟସ୍ଥ ଏକ ଝୁମ୍ପୁଡିକୁ ନେଇଯାଇଥିଲେ ।  ଏହା ପରେ ମହିଳାଙ୍କ ସହିତ ଜୋର ଜବରଦସ୍ତ ରାତି ୧୨ ଟା ଯାଏଁ ଦୁଷ୍କର୍ମ କରିଥିଲେ ।

ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରି ଦେବାକୁ ଅଭିଯୁକ୍ତିମାନେ ପୀଡିତାଙ୍କ ପତିଙ୍କୁ ଧମକ ଦେଇଥିଲେ । ତେବେ ଘଟଣା ସମ୍ପର୍କରେ ଥାନାଧିକାରୀ ସୁଦର୍ଶନ ମଣ୍ଡଳ କହିଛନ୍ତି ଯେ, ମାମଲାକୁ ଅତି ଗମ୍ଭୀରତାର ସହିତ ନିଆଯାଇଛି । ସଙ୍ଗେ ସଙ୍ଗେ ଘଟଣାର ତଦନ୍ତ ଆରମ୍ଭ ହେବା ସହିତ ଜଣେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଇଛି । ଅନ୍ୟମାନ ଅଭିଯୁକ୍ତମାନଙ୍କୁ କାବୁ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ପୋଲିସ କହିଛି ଯେ, ଏହା ପୂର୍ବରୁ ମଧ୍ୟ ଜଣେ ଯୁବତୀଙ୍କ ସହିତ ୧୭ ଜଣ ମିଶି ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ସେହିଭଳି ଘଟଣା ପୁଣି ଥରେ ସାମ୍ନାକୁ ଆସିଥିବାରୁ ପୋଲିସର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଘଟଣାର ତଦନ୍ତ କରାଯାଉଥିବା ଏବଂ ଖୁବଶୀଘ୍ର ଅଭିଯୁକ୍ତଙ୍କ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

   Related Posts