ନୂଆଦିଲ୍ଲୀ ୦୨।୦୩: ବିଦେଶରୁ ଭାରତ ବୁଲିବାକୁ ଆସିଥିବା ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ସ୍ପେନ୍ର ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ଝାଡଖଣ୍ଡର ଡୁମକାରେ ପହଞ୍ଚିଥିଲେ। ଏଠାରେ ପ୍ରାୟ ୮-୧୦ ଅଭିଯୁକ୍ତ ମହିଳାଙ୍କ ସହ ଏହି ଅଭାବନୀୟ ଘଟଣା ଘଟାଇଥିଲେ। ଏନେଇ ପୋଲିସ ଏହି ଘଟଣାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ପୀଡିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଏହି ମାମଲାଟି ହାନସଡିହା ପୋଲିସ ଷ୍ଟେସନ ଅଞ୍ଚଳର କୁରୁମାହାଟରୁ ଆସିଛି। ସ୍ପେନରେ ରହୁଥିବା ମହିଳା ଝାଡଖଣ୍ଡର ଡୁମକା ବୁଲିବାକୁ ଆସିଥିଲେ । ଏହି ଘଟଣା ଗତ ଶୁକ୍ରବାର ରାତିରେ ଘଟିଥିବା ନେଇ କୁହାଯାଇଛି । ମହିଳା ଜଣଙ୍କ ତାଙ୍କ ସ୍ୱାମୀ ସହ ଥିଲେ। ଦୁହେଁ ସ୍ୱାମୀ-ସ୍ତ୍ରୀ ବିଦେଶରୁ ପର୍ଯ୍ୟଟନ ଭିସା ନେଇ ଭାରତ ଆସିଥିଲେ। ପ୍ରଥମେ ପାକିସ୍ତାନ ଯାଇଥିଲେ ପରେ ପାକିସ୍ତାନରୁ ବାଂଲାଦେଶ ଦେଇ ଝାଡଖଣ୍ଡର ଡୁମକା ଠାରେ ପହଞ୍ଚିଥିଲେ। ଉଭୟଙ୍କୁ ଝାଡଖଣ୍ଡରୁ ନେପାଳ ଯିବାର ଥିଲା । ଏନେଇ ସେଠାରେ ସେ ତମ୍ଵୁ ଲଗାଇ ରହିଥିଲେ । ସେହି ସମୟରେ ପ୍ରାୟ ଆଠରୁ ଦଶ ଜଣ ଲୋକ ସେଠାରେ ପହଞ୍ଚି ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ।
ଏହି ଘଟଣା ପରେ ପୋଲିସକୁ ସୂଚନା ଦିଆଯାଇଥିଲା। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା । ପୀଡିତାଙ୍କ ଅଭିଯୋଗ ଉପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପଚରାଉଚରା କରାଯାଉଥିବା କିଛି ଲୋକଙ୍କୁ ପୋଲିସ ଏବଂ ଅଟକ ରଖିଛି। ଏହି ଘଟଣା ପରେ ପୀଡିତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ବର୍ତ୍ତମାନ ପୋଲିସ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରୁଛି।
wp:embed {"url":"https://www.prameyanews7.com/israeli-diplomats-son-beaten-up-in-florida-jail-over-discussion-on-sausages/","type":"wp-embed","providerNameSlug":"prameya-news-7"} /wp:embed