ସମ୍ବଲପୁରର ଡୁମେରପଡା ଓ ଗୋପାଳମାଲର କିଛି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
17/08/2020 at 9:14 AM

ସମ୍ବଲପୁର ୧୭।୮: ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଡୁମେରପଡା ଓ ଗୋପାଳମାଲର କିଛି ଅଂଶକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ଜିଲ୍ଲାପାଳ । ଏହି ଅଞ୍ଚଳରେ କରୋନା ସଂକ୍ରମିତ ଚିହ୍ନଟ ପରେ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି । ତେବେ ମହାନଗର ନିଗମର ଓ୍ବାର୍ଡ ନମ୍ବର ୧୩ର ଡୁମେରପଡା କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିବାବେଳେ ଏହା ସଂଲଗ୍ନ କିଛି ଅଞ୍ଚଳ ବଫର ଜୋନରେ ରହିଛି ।
ସେହିପରି ଓ୍ବାର୍ଡ ନମ୍ବର ୨୯ର ଗୋପାଳମାଲର କିଛି ଅଂଶ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିବାବେଳେ କିଛି ଅଂଶ ବଫର ଜୋନରେ ରହିଛି । ତେବେ ଏହି କଣ୍ଟେନମେଣ୍ଟ ଜୋନକୁ ବାହାର ଲୋକଙ୍କୁ ପ୍ରବେଶ ବାରଣ ସହିତ ଏହି ଅଞ୍ଚଳରୁ ବାହାରକୁ ମଧ୍ୟ ଯିବା ପାଇଁ ବାରଣ ରହିଛି । ଏହି କଣ୍ଟେନମେଣ୍ଟ ଜୋନରେ ସ୍ବାସ୍ଥ୍ୟଟିମ୍ ଘର ଘର ବୁଲି ଆକ୍ଟିଭ୍ ସର୍ଭିଲାନ୍ସ କରିବେ ।
Related Posts
ହରିପୁର ଓ ମଣିଜଙ୍ଗାରେ ପଶିଲା ବନ୍ୟାଜଳ, ବାସହରା ୫୦ ରୁ ଅଧିକ ପରିବାର
15 August 2022