ଏହି ଗଛକୁ ଭୁଲରେ ମଧ୍ୟ ହାତ ଲଗାଇବେନି ନଚେତ୍ ଯାଇପାରେ ପ୍ରାଣ
19/01/2019 at 12:49 PM

ନିଜ ଘରେ ଗଛ ଲଗାଇବାକୁ ସମସ୍ତେ ଭଲ ପାଆନ୍ତି। କିନ୍ତୁ ଅଧିକାଂଶ ସମୟ ଏପରି ହୋଇଥାଏ ଯେ ଆମେ ଏପରି ଗଛକୁ ଘରେ ଆଣିଥାଉ ଯେଉଁ ଗଛ ବିଷୟରେ ଆମେ କିଛି ଜାଣି ନଥାଉ। ଗଛ ଘରର ଶୋଭା ଆହୁରି ବଢ଼ାଇଥାଏ। କିନ୍ତୁ ଏପରି କେତେକ ଗଛ ମଧ୍ୟ ରହିଛି ଯାହା ଘରର ଶୋଭା ତ ବଢ଼ାଇଥାଏ କିନ୍ତୁ ଏହି ଗଛଗୁଡ଼ିକ ମଣିଷଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଥାଏ। ଏହି ଗଛଗୁଡ଼ିକ ପ୍ରକୃତରେ ଅତି କ୍ଷତିକାରକ ହୋଇଥାଏ। ଏହି ଗଛ ଯୋଗୁଁ ଜୀବନ ମଧ୍ୟ ଚାଲିଯାଇଥାଏ। ଏବଂ ଏହି ଗଛର ନାଁ ଡମ୍ବ୍ କ୍ୟାନ୍। ବିଜ୍ଞାନ ମଧ୍ୟ ଏହି ଗଛକୁ କ୍ଷତିକାରକ ବୋଲି ପ୍ରମାଣିତ କରିଛି। ଏହି ଗଛ ଅତ୍ୟନ୍ତ ବିଷାକ୍ତ ହୋଇଥାଏ।

ପ୍ରକୃତରେ ଏହି ଗଛରୁ ବାହାରୁଥିବା କ୍ଷୀର ଯଦି ମଣିଷଙ୍କ ଶରୀରରେ ଲାଗିଯାଇଥାଏ ତେବେ ସମଗ୍ର ଶରୀରର କୁଣ୍ଡାଇ ହୋଇଥାଏ। ଏହି ଗଛର କ୍ଷୀର ଏତେ ବିଷାକ୍ତ ହୋଇଥାଏ ଯଦି ଏହା ଛୋଟ ପିଲାଙ୍କ ଶରୀରରେ ଲାଗିଯାଇଥାଏ ଛୋଟ ପିଲାର ତତକ୍ଷଣାତ୍ ମୃତ୍ୟୁ ଘଟିଥାଏ। ବୟସ୍କ ବ୍ୟକ୍ତିମାନେ ୧୫ମିନିଟ୍ ମଧ୍ୟରେ ଜୀବନ ହାରିଥାଆନ୍ତି।

ଯଦି କୈାଣସି ବ୍ୟକ୍ତି ଏହି ଗଛକୁ ଛୁଅଁନ୍ତି ଏବଂ ସେହି ହାତରେ ଆଖିକୁ ଛୁଅଁନ୍ତି ତେବେ ସେହି ବ୍ୟକ୍ତିଙ୍କ ଦୃଷ୍ଟି ଶକ୍ତି ଚାଲିଯାଇଥାଏ।
