WTC ଫାଇନାଲ୍; SG ନୁହେଁ ଡ୍ୟୁକ୍ ବଲରେ ଖେଳାଯିବ ମ୍ୟାଚ୍
4/06/2023 at 10:45 AM

ନୂଆଦିଲ୍ଲୀ: ଜୁନ୍ ୭ ତାରିଖରୁ ଆରମ୍ଭ ହେବ WTC ଫାଇନାଲ୍ ମ୍ୟାଚ୍ । ଇଂଲଣ୍ଡ ଓଭାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଟକ୍କର । ଏଥିପାଇଁ ଉଭୟ ଦଳ ଜୋରଦାର ଅଭ୍ୟାସ ଜାରି ରିଖିଛନ୍ତି । ତେବେ ଓ୍ବାଲ୍ଡ ଚାମ୍ପିଅନସିପ୍ ଫାଇନାଲ ମ୍ୟାଚ୍ ଡ୍ୟୁକ୍ ବଲରେ ଫେଳାଯିବ । ଭାରତୀୟ ଖେଳାଳି ଆଇପିଏଲ ସମୟରେ ଏସଜି ବଲ୍ ଖେଳିଥିବା ବେଳେ ଏବେ ଡବ୍ଲୁଟିସି ପାଇଁ ଡ୍ୟୁକ୍ ବଳରେ ପ୍ରାକ୍ସଟିସ ଆରମ୍ଭ କରିଛି ।
ଏସଜି ବଲରେ ଆଇପିଏଲ ଖେଳିଥିବା ଭାରତୀୟ ଟିମକୁ ଡ୍ୟୁକ୍ ବଲରେ ଅସୁବିଧା ନହେବା ପାଇଁ ଫାଇନାଲ ପୂର୍ବରୁ ସମସ୍ତ ଖେଳାଳି ଏହି ବଲରେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି ।
ତେବେ ଏହି ଏସଜି ବଲ୍ ଓ ଡ୍ୟୁକ୍ ବଲ କ’ଣ? WTC ଫାଇନାଲ୍ ମ୍ୟାଚରେ କାହିଁକି ଡ୍ୟୁକ ବଲ ବ୍ୟବହାର କରାଯିବ ? ତେବେ ଆସନ୍ତୁ ଜାଣିବା ମନରେ ଉଙ୍କିମାରୁଥିବାରୁ ଏହି ସବୁ ପ୍ରଶ୍ନର ଉତ୍ତର । ବିଶ୍ବ କିକ୍ରେଟରେ ବର୍ତ୍ତମାନ ସମୟରେ ୩ ପ୍ରକାର ବଲ୍ ବ୍ୟବହାର କରାଯାଉଛି । ଏଥିମଧ୍ୟରେ ରହିଛି କୁକାବୁରା, ଡ୍ୟୁକ୍ ଓ ଏସଜି ବଲ୍ । ଏହି ୩ ପ୍ରକାର ବଲ୍ ବିଭିନ୍ନ ଦେଶର ଖେଳାଳି ଖେଳୁଛନ୍ତି ।
ବିଶେଷ କରି ଟେଷ୍ଟ ମ୍ୟାଚ ଖେଳୁଥିବା ଦେଶ ସବୁଠାରୁ ଅଧିକ କୁକାବୁରା ବଲ୍ ବ୍ୟବହାର କରିଥାନ୍ତି । ଏହି ବଲରେ ୮ଟି ଦେଶ କ୍ରିକେଟ୍ ଖେଳିଥାନ୍ତି । କୁକାବୁରା ବଲ୍ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ପାକିସ୍ତାନ, ସାଉଥ ଆଫ୍ରିକା, ନ୍ୟୁଜିଲାଣ୍ଡ, ବାଂଲାଦେଶ, ଜିମ୍ବାଓ୍ବେ ଏବଂ ଅଫଗାନିସ୍ତାନ ଆଦି ଦେଶରେ ବ୍ୟବହାର ହୋଇଥାଏ । ସେହିପରି ଡ୍ୟୁକ୍ ବଲରେ ଇଂଲଣ୍ଡ, ଆୟରଲ୍ୟାଣ୍ଡ ଏବଂ ଓ୍ବେଷ୍ଟଇଣ୍ଡିଜ୍ କ୍ରିକେଟ୍ ଖେଳ ହୋଇଥାଏ। ଭାରତ କେବଳ ଏକମାତ୍ର ଦେଶ ଏସଜି ବଲ୍ ବ୍ୟବହାର କରିଥାଏ।

ଇଂଲଣ୍ଡରେ ତିଆରି ହେଉଥିବା ଡ୍ୟୁକ୍ ବଲର ସିମ୍ ପୋଜିସନ୍ ବାହାରକୁ ବାହାରିଥାଏ । ଏବି ବଲକୁ ହାତରେ ସିଲେଇ ହୋଇଥାଏ । ଏହି ବଲରେ ପେସ୍ ବୋଲରଙ୍କ ପାଇଁ ସହାୟକ ହୋଇଥାଏ । ଡ୍ୟୁକ୍ ବଲର ହାର୍ଡନେସ୍ ୬୦ ଓଭର ପର୍ଯ୍ୟନ୍ତ ରହିଥାଏ । ସେହିପରି ୨୦-୩୦ ଓଭର ପରେ ବୋଲରଙ୍କୁ ରିଭର୍ସ ସ୍ବିଇଙ୍ଗ ମିଳିଥାଏ । ମାତ୍ର ଏସଜି ବଲ୍ ଓ କୁକାବୁରା ବଲ୍ ସମ୍ପୂର୍ଣ୍ଣ ଅଲଗା । ଏଥିରେ ୫୦ ଓଭର ପାଖାପାଖିରେ ରିଭର୍ସ ସ୍ବିଇଙ୍ଗ ଆରମ୍ଭ ହୋଇଥାଏ । ଏସଜି ବଲ୍ ଭାରତରେ ତିଆରି ହୋଇଥାଏ । ଡ୍ୟୁକ୍ ବଲ ପରି ଏହାକୁ ହାତରେ ମଧ୍ୟ ସିଲେଇ ହୋଇଥାଏ । ଏହାର ସିମ୍ ପୋଜିସନ୍ ବାହାରକୁ ବାହାରିଥାଏ । ଫଳରେ ପେସ୍ ବୋଲର ଅପେକ୍ଷା ଏହା ସ୍ପିନର୍ସଙ୍କ ପାଇଁ ସହାୟକ ହୋଇଥାଏ ।

ସେହିପରି କୁକାବୁରା ବଲ୍ ଅଷ୍ଟ୍ରେରିଆରେ ତିଆରି ହୋଇଥାଏ। ଏହାକୁ ମେସିନ୍ ମାଧ୍ୟମରେ ସିଲେଇ କରାଯାଏ । ଏହାର ସିମ୍ ଭିତରକୁ ଦବି ହୋଇଥାଏ। ୨୦-୩୦ ଓଭର ଭିତରେ ଏହି ବଲ୍ ଏୟାର ସ୍ବିଇଙ୍ଗ ହୋଇଥାଏ । କୁକାବୁରା ବଲର ବ୍ୟାଟରଙ୍କ ପାଇଁ ସହାୟକ ହୋଇଥାଏ । ସିମ୍ ଦବି ହୋଇରହିଥିବାରୁ ଏଥିରେ ଏତେଟା ହୋଇନଥାଏ ।