ଏହି ବାସ୍ତୁଦୋଷ ପାଇଁ କାଙ୍ଗାଳ ହୋଇଯାଇଥାଏ ବ୍ୟକ୍ତି : ପାଣି ପରି ବୋହିଯାଇଥାଏ ଟଙ୍କା

Published By : Prameya-News7 Bureau | July 18, 2019 IST

ଘର ଭିତରେ ପାଣି ଟାଙ୍କି ନିର୍ମାଣ କରିବା ବେଳେ ଉପଯୁକ୍ତ ଦିଗ ବାଛିବା ଜରୁରୀ। ଉପଯୁକ୍ତ ଦିଗରେ ପାଣି ଟାଙ୍କି କରିବା ଦ୍ବାରା ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଭୁଲ ଦିଗରେ ପାଣି ଟାଙ୍କି କରିବା ଦ୍ବାରା ବାସ୍ତୁଦୋଷ ଭଳି ଅନେକ ପ୍ରକାରର ସମସ୍ୟା ଉତ୍ପନ୍ନ ହୋଇଥାଏ। ଯାହା ଫଳରେ ଘରେ ଅଶାନ୍ତି ବଢ଼ିଥାଏ ଏବଂ ପିଲାମାନଙ୍କ ପାଠପଢ଼ାରେ ମନ ଲାଗିନଥାଏ। ସବୁବେଳେ ଦକ୍ଷିଣ ପଶ୍ଚିମ ଦିଗରେ ପାଣି ଟାଙ୍କି ନିର୍ମାଣ କରିବା ଉଚିତ୍। ଘର ଛାତରେ ଏହି ଦିଗରେ ପାଣି ଟାଙ୍କି ନିର୍ମାଣ କରିବା ଦ୍ବାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

{"id":134987}

ବାସ୍ତୁଶାସ୍ତ୍ରରେ ଘରର ସିଡ଼ିର ବିଶେଷ ମହତ୍ତ୍ବ ରହିଛି। ଦକ୍ଷିଣ ଦିଗରେ ସିଡ଼ି ରହିବା ଉଚିତ୍ ଯାହା ବାସ୍ତୁ ହିସାବରେ ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦିଗରେ ସିଡ଼ି କରିବା ଦ୍ବାରା ଘରେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ।

{"id":134989}

ଯଦି ଆପଣଙ୍କ ଘରେ ପାଣି ସବୁବେଳେ କଳରୁ ଭାସୁଛି କିମ୍ବା ପାଇପ ଲାଇନରେ ଲିକେଜ ରହୁଛି ତେ​ବେ ଏହା ଆର୍ଥିକ କ୍ଷତିର ସଙ୍କେତ ହୋଇଥାଏ। ବାସ୍ତୁ ଅନୁସାରେ ଏହାର ଅର୍ଥ ହେଉଛି ଧୀରେ ଧୀରେ ଆପଣଙ୍କ ଧନ ଖର୍ଚ୍ଚ ହୋଇଯିବ।

{"id":134990,"width":557,"height":557}

କୁହାଯାଏ ଯଦି ଘରର ମୁଖ୍ୟ ଦ୍ବାର ସଫା ସୁତୁରା ହୋଇନଥିବ ତେବେ ସେହି ଘରେ ମାଆ ଲକ୍ଷ୍ମୀ ପ୍ରବେଶ କରିବେ ନାହିଁ। ଯେଉଁ ଘରର ମୁଖ୍ୟ ଦ୍ବାର ଦକ୍ଷିଣମୁଖୀ ହୋଇଥାଏ ସେହି ଘରେ ସବୁବେଳେ ସମସ୍ୟା ସୃଷ୍ଟି ହୋଇଥାଏ। ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ବାର ଭାଙ୍ଗିଯାଇଛି କିମ୍ବା ତାହା ଭଲ ଭାବେ ଖୋଲୁନାହିଁ ତେବେ ଆପରଙ୍କ ଘରେ ବିଭିନ୍ନ ପ୍ରକାର ରୋଗ ଏବଂ ଆର୍ଥିକ ସମସ୍ୟା ଉତ୍ପନ୍ନ ହୋଇଥାଏ।

{"id":134991}

ଯଦି ଭଲ ଭାବେ ଧନ ରୋଜଗାର କରିବାକୁ ଚାହଁନ୍ତି ତେବେ ରୋଷେଇ ଘର ସବୁବେଳେ ବାସ୍ତୁ ହିସାବରେ ହେବା ଉଚିତ୍। ଯଦି ଆପଣଙ୍କ ରୋଷେଇ ଘର ପଶ୍ଚିମ ଦିଗରେ ରହିଛି ତେବେ ଆପଣଙ୍କ ଘରେ ଖୁବ୍ ଧନ ଆସିବ।  

{"id":134992,"width":568,"height":568}

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.